ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପାଇଁ ୧୦ ହଜାର କୋଟି

0

ଗୌହାଟୀ: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ୪ ବର୍ଷରେ ୪୦୦ ପ୍ରକଳ୍ପରେ ଏହି ଅର୍ଥ ବିନିଯୋଗ ହେବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଟି ଶିଳ୍ପକୁ ପ୍ରାଥମିକତା ଦିଆଯାଇଛି। ଏଥିସହିତ ଟେଲିକମ୍‍ ଭିତ୍ତିଭୂମି, ବିପିଓ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ, ଷ୍ଟାର୍ଟ ଅପ୍‍, ଡିଜିଟାଲ୍‍ ପେମେଣ୍ଟ ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଡିଜିଟାଲ ନର୍ଥ-ଇଷ୍ଟ ଭିଜନ୍‍ ୨୦୨୨ ଆଧାରରେ ଏହି ନିବେଶ କରାଯାଉଥିବା କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଆଇଟି କ୍ଷେତ୍ରରେ ସମକକ୍ଷ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ଏହାପୂର୍ବରୁ ରାଜ୍ୟଗୁଡ଼ିକର ଦୁର୍ବଳତା ଓ ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ କରାଯାଇଥିଲା।

Leave A Reply