ଇଂଲଣ୍ଡର ହ୍ୟାଟ୍ରିକ ଚତୁର୍ଥ

0

ଏଫଆଇଏଚ୍‍ ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଇଂଲଣ୍ଡ ଲଗାତାର ତୃତୀୟ ଥର ପାଇଁ ହକି ବିଶ୍ୱକପରେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ପୂର୍ବରୁ ଦଳ ୧୯୮୬ରେ ପ୍ରଥମ ଥର ପାଇଁ ଫାଇନାଲରେ ପରାଜିତ ହୋଇ ରନର୍ସଅପ ହୋଇଥିବାବେଳେ ୨୦୧୦ରେ ନେଦରଲାଣ୍ଡସ୍‍ ନିକଟରୁ ଓ ୨୦୧୪ରେ ଆର୍ଜେଟିଂନା ନିକଟରୁ ପରାଜିତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲା। ଦଳ ଚଳିତ ସଂସ୍କରଣରେ ପୁଲ-ବି ରେ ସ୍ଥାନ ପାଇଥିଲା। ଏଥିରେ ଚୀନ ସହିତ ୨-୨ ଗୋଲ ବରାବର ରଖିଥିବାବେଳେ ଆୟରଲାଣ୍ଡକୁ ୪-୨ ଗୋଲ ଓ ଅଷ୍ଟ୍ରେଲିଆ ନିକଟରୁ ୦-୩ ଗୋଲରେ ପରାଜିତ ହୋଇଥିଲା। କ୍ରସ ଓଭର ମ୍ୟାଚରେ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାବେଳେ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ଆର୍ଜେଟିନାକୁ ପରାସ୍ତ କରିଥିଲା। ସେମିଫାଇନାଲରେ ବେଲଜିୟମ ନିକଟରୁ ୦-୬ ଗୋଲରେ ପରାଜିତ ହୋଇ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳିଥିଲା। ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୮-୧ ଗୋଲରେ ପରାଜିତ ହୋଇଛି।

Leave A Reply