ଆଶା ଦିଦିଙ୍କ ଉଦ୍ୟମ ଯୋଗୁଁ ବଞ୍ଚିଲେ ପ୍ରସୂତି

0

ମାଲକାନଗିରି: ଆଶା ଦିଦି ସୁମିତ୍ରା ସେଠୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା ପାଇଛି। ଏପରି ଘଟଣା ପାପରମେଟଲା ପଞ୍ଚାୟତର ସାରିଆଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ପ୍ରସୂତିଙ୍କ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆଶା ଦିଦିଙ୍କୁ ଖବର ଦେଇଥିଲେ। ଆଶା ଦିଦି ଡେରି ନ କରିି ସାରିଆଗୁଡା ଗ୍ରାମରେ ପ୍ରସୂତି ମହିଳାଙ୍କ ପାଖରେ ପହଞ୍ଚିଥିଲେ। ସେଠାରୁ ସେ ପ୍ରସୂତିଙ୍କୁ ନେଇ ତିନି କିଲୋମିଟର ଚାଲି ଚାଲି ଆସି ମାଳିଗୁଡା ନାଳ ମାଛଡଙ୍କାରେ ପାର ହୋଇଥିଲେ। ନାଳ ପାର ହେବା ପରେ ପ୍ରସୂତିଙ୍କୁ ନେଇ ଆଶା ଦିଦି ଦୁଇ କିଲୋମିଟର ଚାଲି ଆସିଥିଲେ। ଆଶା ଦିଦି ଆରୋଗ୍ୟ ପ୍ଲସ ଆମ୍ବୁଲାନ୍ସକୁ ଫୋନ କରି ସେଥିରେ ପ୍ରସୂତିଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ଆଣିଥିଲେ। ସେଠାରେ ଗର୍ଭବତୀ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଗର୍ଭବତୀ ମହିଳା ଓ ଶିଶୁ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି। ପ୍ରସବ ପରେ ସେମାନେ ନିଜ ଗ୍ରାମ ସାରିଆଗୁଡାକୁ ଫେରି ଯାଇଛନ୍ତି।

Leave A Reply