ଆଶାରାମଙ୍କ ବଳାତ୍କାର ମାମଲାର ଚୂଡାନ୍ତ ରାୟ ଆଜି; କଡ଼ା ସୁରକ୍ଷା ବ୍ୟବସ୍ଥା

0

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ରହିଥିବା ବଳାତ୍କାର ମାମଲାର ଚୂଡାନ୍ତ ରାୟ ଯୋଧପୁରର ଏକ କୋର୍ଟ ବୁଧବାର ପ୍ରକାଶ କରିବେ। ରାୟକୁ ନେଇ ଆଶାରାମଙ୍କ ସମର୍ଥକ ହିଂସା ଘଟାଇବାର ଆଶଙ୍କା ଥିବାରୁ ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ତିନି ରାଜ୍ୟରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହି ରାଜ୍ୟଗୁଡିକରେ ଆଶାରାମଙ୍କର ବହୁ ସଂଖ୍ୟକ ସମର୍ଥକ ରହିଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଉତ୍ତରପ୍ରଦେଶର ଶାହାଜାହାନପୁର ନିବାସୀ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ନେଇ ଆଶାରାମଙ୍କ ବିରୋଧରେ ଅଭିଯୋଗ ରହିଛି। ମଧ୍ୟପ୍ରଦେଶର ଛିଣ୍ଡୱାରାସ୍ଥିତ ଆଶାରାମଙ୍କ ଆଶ୍ରମରେ ଯୁବତୀ ପାଠ ପଢିବା ବେଳେ ୨୦୧୫ ଅଗଷ୍ଟ ୧୫ରେ ଆଶାରାମ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

Leave A Reply