ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାଟିସଙ୍କ ଇସ୍ତଫା

0

ୱାଶିଂଟନ : ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସିରିଆରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିରୁ ମତଭେଦ ଦେଖାଦେବାରୁ ମାଟିସ୍ ଇସ୍ତଫା ଦେଇଥିବା କୁହାଯାଇଛି। ସିରିଆରୁ ନିଜର ୨୦୦୦ ସୈନିକଙ୍କୁ ପ୍ରତ୍ୟାହାର କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ସୈନିକ ମଧ୍ୟପ୍ରାଚ୍ୟ ଦେଶ ପାଇଁ ପୁଲିସର କାମ କରିବେ ନାହିଁ। ସିରିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କୁ ଦମନ କରାଯାଇଛି। ତେଣୁ ଏଠାରେ ଆମେରିକା ସୈନିକଙ୍କର ଉପସ୍ଥିତି ଆବଶ୍ୟକ ନାହିଁ। ମାଟିସ୍ ଜଣେ ଅବସରପ୍ରାପ୍ତ ଜେନେରାଲ ହୋଇଥିବାବେଳେ ଟ୍ରମ୍ପଙ୍କ ଚାପରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଆସୁଥିଲେ। ଫେବୃଆରୀ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଥିବାବେଳେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଆଫଗାନିସ୍ତାନରୁ ଆମେରିକା ଏହାର ୭୦୦୦ ସୈନିକଙ୍କୁ ପ୍ରତ୍ୟାହାର କରିବା ନେଇ ରିପୋର୍ଟ ପ୍ରକାଶ ପାଇଥିବାବେଳେ ପେଣ୍ଟାଗନ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ।

Leave A Reply