ଆମନେଷ୍ଟି ଇଣ୍ଟରନ୍ୟାଶ୍‍ନାଲ୍‍ ଇଣ୍ଡିଆ କାର୍ଯ୍ୟାଳୟରେ ଇଡି ଚଢ଼ଉ

0

ବେଙ୍ଗାଲୁରୁ: ମାନବାଧିକାର ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ପ୍ରସିଦ୍ଧ ବେସରକାରୀ ସଂସ୍ଥା ଆମନେଷ୍ଟି ଇଣ୍ଟରନ୍ୟାଶ୍‍ନାଲ୍‍ ଇଣ୍ଡିଆର ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ଉ ହୋଇଛି। ବିଦେଶୀ ମୁଦ୍ରା କାରବାରରେ ଅନିୟମିତତା ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଇଛି। ସଂସ୍ଥା ନାମରେ ଫେମା(ଫରେନ୍‍ ଏକ୍ସଞ୍ଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ)ରେ ମାମଲା ରୁଜୁ କରାଯାଇଛି। ପୂର୍ବରୁ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦେଶ ଆଧାରରେ ଇଡି ଆମନେଷ୍ଟିର କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲା। ଫରେନ୍‍ କଣ୍ଟ୍ରିବ୍ୟୁସନ୍‍ ରେଗୁଲେସନ୍‍ ଆକ୍ଟ ବଳରେ ଏହି ଚଢ଼ଉ ହୋଇଥିଲା।

Leave A Reply