ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ, ୩ ଆହତ

0

ଜମ୍ମୁ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ପୁଲିସ ସୂଚନା ଅନୁଯାୟୀ, ଜାମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗରର ବାଟମାଲୁଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଗଳିକନ୍ଦିରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ତୁଳନାରେ ଅଧିକ ସୁରକ୍ଷିତ ସ୍ଥିତିରେ ଥିଲେ। ତେଣୁ ସେମାନେ ସୁରକ୍ଷାକର୍ମୀଙ୍କୁ ସହଜରେ ଟାର୍ଗେଟ୍‍ କରିପାରିଥିଲେ।
ଆତଙ୍କବାଦୀଙ୍କ ଗୁଳିରେ ଜଣେ ଏସ୍‍ଓଜି ଯବାନ ସହିଦ ହୋଇଥିବା ବେଳେ ଜାମ୍ମୁକାଶ୍ମୀର ପୁଲିସ ବାହିନୀର ଜଣେ ଯବାନ୍‍ ଓ ସିଆରପିଏଫ୍‍ର ଦୁଇଜଣ ଯବାନ ଆହତ ହୋଇଛନ୍ତି। ଏହାପରେ ସୁରକ୍ଷାକର୍ମୀମାନେ ଅଧିକ ସତର୍କତାର ସହ ଅଭିଯାନ ଆରମ୍ଭ କରିଛନ୍ତି। ଗଳିର ସମସ୍ତ ରାସ୍ତାକୁ ସିଲ୍‍ କରିଦିଆଯାଇଛି।

Leave A Reply