ଅନୁସୂଚିତ ଜନଜାତି ଓ ଜାତି ବର୍ଗ ଠିକାଦାର ପାଇଁ ନିୟମ କୋହଳ

0

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଠିକାଦାରଙ୍କ ପାଇଁ ପୂର୍ତ୍ତ ବିଭାଗ ନିୟମ କୋହଳ କରିଛି। ନିୟମ ସଂଶୋଧନ କମିଟି ସୁପାରିସ ଅନୁସାରେ ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ ନିୟମରେ ଏହି କୋହଳ ନେଇ ବ୍ୟବସ୍ଥା କରାଯାଇଛି। ଉପରୋକ୍ତ ବର୍ଗର କୌଣସି ବ୍ୟକ୍ତି ଠିକାଦାର ଭାବେ ନାମ ପଞ୍ଜୀକରଣ ପାଇଁ ଆବେଦନ କଲେ ସେମାନଙ୍କୁ ଧାର୍ଯ୍ୟ ଦେୟର ୫୦% ଅର୍ଥ ଦେବାକୁ ପଡ଼ିବ। କାର୍ଯ୍ୟାଦେଶ କ୍ଷେତ୍ରରେ ମଧ୍ୟ କୋହଳ ନୀତି ଲାଗୁ ହେବ। ସେମାନଙ୍କ ନିକଟରୁ ଅମାନତ ଜମା ବାବଦରେ ଧାର୍ଯ୍ୟ ପରିମାଣର ଅର୍ଦ୍ଧେକ ଅର୍ଥ ନିଆଯିବ। ଏହା ଅର୍ଥ ବିଭାଗର ଅନୁମୋଦନ ଲାଭ କରିଥିବା ବେଳେ ମଙ୍ଗଳବାର ଠାରୁ ଲାଗୁ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସ୍ୱାକ୍ଷରରେ ପ୍ରକାଶିତ ସଙ୍କଳ୍ପନାମାରେ ଉଲ୍ଲେଖ କରାଯାଇଛି।

Leave A Reply