ଅଟଳଙ୍କୁ ଶେଷ ଦର୍ଶନ ବେଳେ ଅଗ୍ନିବେଶଙ୍କୁ ପୁଣି ଆକ୍ରମଣ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ପୁଣି ଥରେ ଆକ୍ରମଣ ହୋଇଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବାବେଳେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଏହି ଆକ୍ରମଣ ହୋଇଛି। ତାଙ୍କୁ ବିଜେପି କର୍ମୀମାନେ ଆକ୍ରମଣ କରିଥିବା ଗଣମାଧ୍ୟମରେ ଖୋଦ୍‍ ଅଗ୍ନିବେଶ ଅଭିଯୋଗ କରିଛନ୍ତି।
ସ୍ୱାମୀ ଅଗ୍ନିବେଶ ତାଙ୍କ ଆର୍ଯ୍ୟ ସମାଜ କର୍ମକର୍ତ୍ତାଙ୍କ ସହ ଦିବଂଗତ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଯାଇଥିଲେ। ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଭିଡ଼ ହେତୁ ଦୀର୍ଘ ପଥ ଚାଲିଚାଲି ଅଗ୍ନିବେଶ ଓ ତାଙ୍କ ସାଥୀମାନେ କାର୍ଯ୍ୟାଳୟ ନିକଟରେ ପହଞ୍ôଚ ଥିଲେ। ଏହି ସମୟରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବା କର୍ମୀମାନେ ଅଗ୍ନିବେଶଙ୍କୁ “ଗଦ୍ଦାର’ ବୋଲି ନାରାବାଜି ଦେବା ସହ ଅଗ୍ନିବେଶଙ୍କ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିର ମୁକାବିଲା କରିବା ଅଗ୍ନିବେଶ ଓ ତାଙ୍କ ସାଥୀଙ୍କ ପକ୍ଷେ ସମ୍ଭବ ନଥିଲା। କାରଣ ବିପୁଳ ସଂଖ୍ୟାରେ କର୍ମୀ ଅଗ୍ନିବେଶ ଓ ତାଙ୍କ ୨ ସହଯୋଗୀଙ୍କ ଉପରକୁ ମାଡ଼ି ଆସିଥିଲେ। ଅଗ୍ନିବେଶ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏପରିକି ବିଜେପି କାର୍ଯ୍ୟାଳୟ ମଧ୍ୟରେ ମଧ୍ୟ ଅଗ୍ନିବେଶଙ୍କ ଉପରେ ଆକ୍ରମଣ କରାଯାଇ ଥିଲା। ଶେଷରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତାଙ୍କୁ ଉଦ୍ଧାର କରି ଜନ୍ତରମନ୍ତର ଠାରେ ଛାଡ଼ି ଥିଲେ। ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଗାଡ଼ି ଉପରେ ମଧ୍ୟ ଆକ୍ରମଣ କରିଥିଲେ।

Leave A Reply