ଅକ୍ଷୟଙ୍କ ବାଇଓପିକ୍

0

ନିକଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ଗୋଆ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ ତାରକାମାନେ ଯୋଗ ଦେଇଥିଲେ। ଉତ୍ସବରେ ଏକ ଚର୍ଚ୍ଚାରେ କରନ୍ ଜୋହର୍‌ଙ୍କ ସହ ଖିଲାଡି କୁମାର ଅକ୍ଷୟ ଭାଗ ନେଲେ। ବିଭିନ୍ନ ମଜାଦାର କଥା ଉପରେ ଆଲୋଚନା ହେବା ପରେ ଖିଲାଡି କୁମାରଙ୍କୁ ପ୍ରଯୋଜକ କରନ୍ ପଚାରିଥିଲେ, ଯଦି ଅକ୍ଷୟଙ୍କ ଜୀବନକୁ ନେଇ ବାଇଓପିକ୍ ନିର୍ମାଣ କରାଯିବ, ତେବେ କେଉଁ କଳାକାର ତାଙ୍କ ଭୂମିକାରେ ଅଭିନୟ କରିବେ? ଅକ୍ଷୟ କିଛି ସମୟ ପାଇଁ ଚକିତ ରହିଗଲେ। ଏଇ ସମୟରେ ଦର୍ଶକ ମହଲରୁ ଗୁଞ୍ଜରଣ ଶୁଭିବା ସହ କେତେଜଣ ଦର୍ଶକ ‘ରଣବୀର ସିଂ’ଙ୍କ ନାମ କହିଲେ। ଅକ୍ଷୟ ମଧ୍ୟ ସମାନ ଉତ୍ତର କରନ୍‌ଙ୍କୁ ଦେଇଥିଲେ। ପରେ କିନ୍ତୁ କହିଥିଲେ, ଭାଇ! ମୁଁ ଜଣେ ସାଧାରଣ ମଣିଷ। ଏଣୁ ମୋତେ ନେଇ ବାଇଓପିକ୍ କାହିଁକି ନିର୍ମାଣ କରାଯିବ? ମିଳିଥିବା ଖବର ଅନୁସାରେ ଖୁବ୍ ଶୀଘ୍ର କରନ୍ ଜୋହର୍‌ ହିଁ ଅକ୍ଷୟଙ୍କ ବାଇଓପିକ୍ ନିର୍ମାଣ କରିବାର ଯୋଜନା କରୁଛନ୍ତି।

Leave A Reply