ଶୁକ୍ରବାର ରାଶିଫଳ

0

ମେଷ: ଚାଲୁ ରହିଥିବା କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ଧନକ୍ଷୟ ହେବାର ସୂଚନା ମିଳୁଛି। ଚଞ୍ଚଳ ସ୍ବଭାବର ହେବେ। ମଧୁର ଭାଷୀ ହୋଇପାରନ୍ତି। ଆଖିରେ ପୀଡ଼ା ଉପୁଜି ପାରେ। ରାଜଯୋଗ ଅଛି।
ବୃଷ: ପରିସ୍ଥିତି ଆୟତ୍ତାଧୀନ ହେବ। ଆୟ ଯଥେଷ୍ଟ ପରିମାଣର ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ାରେ ଆକ୍ରାନ୍ତ ହୋଇପାରନ୍ତି।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ମର୍ଯାଦା ରକ୍ଷା କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି।
କର୍କଟ: ଗୁରୁଜନଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିର ସୂଚନା ମିଳୁଛି। ଧର୍ମାତ୍ମା, ବିଦ୍ବାନ୍‌ ଓ ସାହସୀ ହେବେ।
ସିଂହ: ପରିବେଶ ଆନନ୍ଦଦାୟକ ହେବ। ସେତେଟା ସୁଖ ମିଳିବା ସମ୍ଭବପର ନୁହେଁ। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।
କନ୍ୟା: ମନରେ ଥିବା ଆଶଙ୍କା ଦୂରେଇ ଯିବ। ମିତ୍ର ଲାଭ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଶୋଭନ ବ୍ୟକ୍ତିତ୍ବ ପ୍ରକାଶିତ ହେବ।
ତୁଳା: ବନ୍ଧୁ ମିଳନ ଘଟିପାରେ। ଅହଂକାରୀ ତଥା ପ୍ରତିଶୋଧ ପରାୟଣ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବିଛା: ନୂତନ ଦ୍ରବ୍ୟ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିର ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ଧନୁ: ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିବେ। ବାଦ-ବିବାଦକୁ ଅକ୍ଳେଶରେ ତୁଟାଇ ଦେଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମ ଉପରେ ଗୁରୁତ୍ବ ଦେବେ। ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ।
ମକର: ବାଦ-ବିବାଦର ସମାଧାନ କରିବାରେ ସିଦ୍ଧହସ୍ତ ହେବେ। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି।
କୁମ୍ଭ: ନୂତନ ଜମିକ୍ରୟ କରିପାରନ୍ତି। ଆଶାବାଦୀ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବର ପରିଚୟ ଦେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିପାରନ୍ତି।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ସୈନିକମାନେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।

Leave A Reply