ଜରିନ୍‌‌ଙ୍କ ଚେଷ୍ଟା

ମୁମ୍ବଇ : ୨୦୧୦ରେ ଚଳଚ୍ଚିତ୍ର ‘ବୀର୍’ ଜରିଆରେ ଜରିନ୍ ଖାନ୍ ବଲିଉଡରେ ପାଦ ଥାପିଥିଲେ। ସୁଲତାନ୍ ସଲମାନ୍ ଖାନ୍ ଏଇ ସୁନ୍ଦରୀଙ୍କୁ ପ୍ରଥମଥର ସୁଯୋଗ ଦେଇଥିଲେ। ଏହା ପରେ ଜରିନ୍‌ଙ୍କୁ ସଂଖ୍ୟାଧିକ ଅଫର୍ ମିଳିଥିଲାବେଳେ ସେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ଚାହିଁଥିଲେ। ତାଙ୍କ ଅଭିନୀତ ‘ହେଟ୍ ଷ୍ଟୋରୀ-୩’ ଓ ‘ଅକ୍ସର୍-୨’ ସବୁଠୁ ଅଧିକ ଲୋକପ୍ରିୟ ହେଲା, କିନ୍ତୁ ଜରିନ୍‌ଙ୍କୁ ବୋଲ୍ଡ ଅଭିନେତ୍ରୀର ଆଖ୍ୟା ମିିଳିଲା। ଏହା ପରେ ତାଙ୍କୁ ଯେତୋଟି ଅଫର୍ ମିଳିଲା, ସବୁଗୁଡ଼ିକର କାହାଣୀ ସେଇପରି ଥିଲା। ଜରିନ୍ ଭାବିଲେ ସାମାନ୍ୟ ଅପେକ୍ଷା କଲେ ତାଙ୍କୁ ଭଲ ଅଫର୍ ମିଳିବ। ସେପରି କିନ୍ତୁ କିଛି ହୋଇନଥିଲା। ଏକରକମ ଅତିଷ୍ଠ ହୋଇଗଲେ ସେ, ପ୍ରାୟ ୩ ବର୍ଷ ପରେ ତାଙ୍କୁ ମନଲାଖି କାହାଣୀ ମିଳିଛି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହମ୍ ଭି ଅକେଲେ, ତୁମ୍ ଭି ଅକେଲେ’ ପାଇଁ ଜରିନ୍‌ ମନରେ ଦୃଢ଼ ଆଶା ବାନ୍ଧିଛନ୍ତି। ଚଳଚ୍ଚିତ୍ରର ବଜେଟ୍ ସେଭଳି ଅଧିକ ନଥିଲେ ମଧ୍ୟ କାହାଣୀ ଦମ୍‌ଦାର୍ ଥିବାରୁ ଜରିନ୍‌ଙ୍କ ମନ ଖୁସି ଅଛି। ଦର୍ଶକ ମହଲରେ ଚଳଚ୍ଚିତ୍ର ଆଦୃତ ହେବ ବୋଲି ଜରିନ୍‌ କହିଛନ୍ତି।

Comments are closed.