କ୍ରିକେଟରୁ ଅବସର ପରେ ଛୋଟ ପରଦାରେ ନଜର ଆସିବେ ଯୁବରାଜ!

ମୁମ୍ବଇ : କ୍ରିକେଟରୁ ଅବସର ନେବା ପରେ ଯୁବରାଜ ସିଂହ ଏବେ ଛୋଟ ପରଦାରେ ନଜର ଆସିପାରନ୍ତି। ଦୁଃସାହସ ଭିତ୍ତିକ ଟିଭି ଶୋ’ ‘ଖତରୋଁ କେ ଖିଲାଡ଼ୀ-୧୦’ରେ ସେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏଥିରେ ଭାଗ ନେବା ପାଇଁ ଶୋ’ର ନିର୍ମାତା ତାଙ୍କୁ ପ୍ରସ୍ତାବ ଦେଇଛନ୍ତି। ଯୁବରାଜଙ୍କୁ ଦୁଃସାହସିକ କାର୍ଯ୍ୟ ଖୁବ୍‍ ପସନ୍ଦ। ତେଣୁ ସମ୍ଭବତଃ ସେ ଏହି ଶୋ’ରେ ସାମିଲ ହୋଇପାରନ୍ତି। ମାତ୍ର ଏନେଇ ଯୁବରାଜଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ, ସୋମବାର ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କର ଏହି ଅବସର ତାଙ୍କ ପ୍ରଶଂସକଙ୍କୁ ଖୁବ୍‍ ଭାବପ୍ରବଣ କରିଦେଇଥିଲା। ଏହାସହିତ ତାଙ୍କ ପ୍ରଶଂସକ ଓ କ୍ରିକେଟରମାନେ କ୍ରିକେଟ୍‍ କ୍ଷେତ୍ରରେ ତାଙ୍କ ଅବଦାନକୁ ମନେପକାଇ ଯୁବରାଜଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି।

Comments are closed.