ଯୁବରାଜ, ଅକ୍ଷର, ଫିଞ୍ଚ୍‍ଙ୍କୁ ଛାଡ଼ିଲା ପଞ୍ଜାବ

0

ମୁମ୍ବଇ : ୨୦୧୯ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ନିଲାମ ପୂର୍ବରୁ ୧୧ ଜଣ ଖେଳାଳିଙ୍କୁ ଛାଡ଼ିଦେଇଛି କିଙ୍ଗ୍‍ସ ଏକାଦଶ ପଞ୍ଜାବ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଭାରତର ବିଶ୍ୱକପ୍‍ ହିରୋ ଯୁବରାଜ ସିଂହ, ଭାରତୀୟ ବାମହାତି ସ୍ପିନର ଅକ୍ଷର ପଟେଲ ଓ ଅଷ୍ଟ୍ରେଲିଆର ସୀମିତ ଓଭର ଦଳ ଅଧିନାୟକ ଆରୋନ୍‍ ଫିଞ୍ଚ୍‍। ବିସ୍ଫୋରକ ବ୍ୟାଟ୍‍ସମ୍ୟାନ ଭାବେ ଖ୍ୟାତ ଯୁବରାଜ ଗତ ଆଇପିଏଲ୍‍ରେ ୮ଟି ମ୍ୟାଚ୍‍ରୁ ୧୦.୮୩ ଆଭ୍‍ରେଜ୍‍ରେ ମାତ୍ର ୬୫ ରନ୍‍ କରିଥିଲେ। ଫିଞ୍ଚ୍‍ ୧୦ଟି ମ୍ୟାଚ୍‍ରୁ ୧୬.୭୫ ହାରରେ ୧୩୪ ରନ୍‍ କରିଥିଲେ। ଗତବର୍ଷ କେବଳ ବାମହାତି ସ୍ପିନର ଅକ୍ଷର ପଟେଲଙ୍କୁ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଦଳରେ ରଖିଥିଲା। ତେବେ ୯ଟି ମ୍ୟାଚ୍‍ ଖେଳି ମାତ୍ର ୩ଟି ୱିକେଟ ନେଇଥିବା ବେଳେ ୮୦ ରନ୍‍ କରିଥିଲେ। ଉପରୋକ୍ତ ୩ ଖେଳାଳିଙ୍କୁ ଛାଡ଼ି ମୋହିତ ଶର୍ମା, ବରିନ୍ଦର ସ୍ରାନ୍‍, ମନୋଜ ତିୱାରୀ, ଅକ୍ଷଦୀପ ନାଥ ଓ ମୟଙ୍କ ଡାଗରଙ୍କୁ ମଧ୍ୟ କିଙ୍ଗ୍‍ସ ଏକାଦଶ ଛାଡ଼ିଦେଇଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍‍ର କ୍ରିସ୍‍ ଗେଲ୍‍, ଦକ୍ଷିଣ ଆଫ୍ରିକାର ଡେଭିଡ୍‍ ମିଲର, ଅଷ୍ଟ୍ରେଲିଆର ଆଣ୍ଡର‍୍ୟୁ ଟାଇ ଓ ଆଫ୍‍ଗାନିସ୍ତାନର ଅଫ୍‍ସ୍ପିନର ମୁଜିବ୍‍ ଉର୍‍ ରେହ୍‍ମାନଙ୍କୁ କିଙ୍ଗ୍‍ସ ଏକାଦଶ ଦଳରେ ରଖିଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ପ୍ରଶିକ୍ଷକ ମାଇକ୍‍ ହେସେନ୍‍ଙ୍କୁ କିଙ୍ଗ୍‍ସ ଏକାଦଶ ନୂଆ ସିଜିନ୍‍ ଲାଗି ପ୍ରଶିକ୍ଷକ ନିଯୁକ୍ତି କରିସାରିଛି।

Leave A Reply