ବମ୍ବେ ଯୁବ ମହୋତ୍ସବ ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁରଜ କୁମାର ସାହୁ ମନୋନୀତ

0

ବ୍ରହ୍ମପୁର: ଅଗଷ୍ଟ ୨୫ରେ ବମ୍ବେଠାରେ ୧୫ତମ ସଂଯୁକ୍ତା ପାଣିଗ୍ରାହୀ ଯୁବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ଏହି ଯୁବ ମହୋତ୍ସବରେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କଳାକାରମାନେ ଭାଗନେବେ। ତେବେ ଏଥିରେ ଏକମାତ୍ର ଓଡ଼ିଶୀ ନୃତ୍ୟଶିଳ୍ପୀଭାବେ ଭାଗନେବାକୁ ମନୋନୀତ ହୋଇଛନ୍ତି ବ୍ରହ୍ମପୁରର ସୁରଜ କୁମାର ସାହୁ। ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସହ ଜଣେ ଗୁରୁ ଭାବେ ସେ ବେଶ୍ ପରିଚିତ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେ ବିଭିନ୍ନ ମହୋତ୍ସବରେ ଭାଗ ନେଇ ସାରିଛନ୍ତି। ସଂଯୁକ୍ତା ପାଣିଗ୍ରାହୀ ଯୁବ ମହୋତ୍ସବକୁ ନେଇ ସେ ଉତ୍ସାହିତ ଥିବା କହିଛନ୍ତି। ଏହି ଅବସରରେ ୭ ପ୍ରକାର ଶାସ୍ତ୍ରୀୟ ନୃତ୍ୟ ପରିବେଷିତ ହେବାର କାର୍ୟ୍ୟକ୍ରମ ରହିଛି।

Leave A Reply