ପାଇକା ନଦୀରେ ବୁଡ଼ି ଯୁବକ ନିଖୋଜ

0

ମାର୍ଶାଘାଇ: ମାର୍ଶାଘାଇ ଥାନା ତିଖିରୀ ନିକଟସ୍ଥ ପାଇକା ନଦୀରେ ବୁଡ଼ିଯାଇ ରବିନ୍ଦ୍ର ଖଟୁଆଙ୍କ ପୁଅ ରାଜେଶ ଖଟୁଆ(୨୮) ନିଖୋଜ ହୋଇ ଯାଇଛନ୍ତି। ମାର୍ଶାଘାଇ ଅଗ୍ନିଶମ ବିଭାଗ  ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅପରାହ୍ନ ସୁଦ୍ଧା ନଦୀରେ ବୁଡ଼ିଯାଇଥିବା ଯୁବକଙ୍କର କୌଣସି  ସୂଚନା ମିଳିନାହିଁ। ନଦୀରେ ନିଖୋଜ ଥିବା ରାକେଶ ବୁଧବାର ପଥରୁଆପଙ୍କପାଳ ପୀରବାବା ମଠକୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ପରେ  ଦିନ ୨ଟା ସମୟରେ ନଦୀ ପାର ହେଉଥିଲେ। ନଦୀରେ ଜୁଆରପାଣି ଅତ୍ୟଧିକ ହୋଇ ଯିବାରରୁ ରାଜେଶ ନଦୀର ଗଭୀର ସ୍ଥାନକୁ ଚାଲିଯାଇ  ବୁଡି ଯାଇଥିଲେ। ଏହି ଖବର ଜଣାପଡ଼ିବାପରେ ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Leave A Reply