ସାଙ୍ଗଙ୍କ ସହ ୟ୍ୟୁଟୁବରେ କିପରି କରିବେ କଥାବାର୍ତ୍ତା ? ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ : ପ୍ରଯୁକ୍ତିବିଦ୍ୟାର ବିକାଶ ଲୋକଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିବାରେ ଅନେକ ସହାୟକ ହୋଇଛି। ହଜାର ହଜାର କିଲୋମିଟର ଭଳି ଦୂରତାର ବାଧକ ମାତ୍ର କେଇ ସେକେଣ୍ଡରେ ଦୂର ହୋଇଯାଉଛି। ଆଉ ଏହି ଦୂରତାକୁ ହ୍ରାସ କରିବାରେ ସହାୟକ ହୋଇଛନ୍ତି ଫେସବୁକ, ୱାଟ୍ସଆପ, ଟୁଇଟର, ହାଇକ, ଇମୋ ଭଳି ସାମାଜିକ ଗଣମାଧ୍ୟମ। ସାମାଜିକ ଗଣମାଧ୍ୟମରେ ଯୁବପିଢି ଅତି ସହଜରରେ ପରସ୍ପର ସହ ଭାବର ଆଦାନପ୍ରଦାନ କରୁଛନ୍ତି। ଏହି ସାମାଜିକ ଗଣମାଧ୍ୟମ ମଧ୍ୟରେ ୟ୍ୟୁଟୁବ ଏକ ସର୍ବୋତ୍କୃଷ୍ଟ ମାଧ୍ୟମ। ଏଥିରେ ସର୍ବାଧିକ ଭିଡିଓ ସେୟାର କରିବା ଅତି ସହଜ। ତେବେ ଆପଣ ଜାଣିଛନ୍ତି କି, ୟ୍ୟୁଟୁବରେ କିପରି ସାଙ୍ଗମାନଙ୍କ ସହ ବାର୍ତ୍ତାଳାପ କରାଯାଏ? ଯଦି ଜାଣିନାହାନ୍ତି ତା ହେଲେ ଆସନ୍ତୁ ଜାଣିବା ୟ୍ୟୁଟୁବରେ କିପାରି ବାର୍ତ୍ତାଳାପ କରାଯାଏ।
ଆପଣ ନିଜ ମୋବାଇଲରେ ଗୋଟେ ୟ୍ୟୁଟୁବ ଆପ ଡାଉନଲୋଡ କରନ୍ତୁ।
 ପ୍ରଥମେ ୟ୍ୟୁଟୁବରେ ଆପ ଖୋଲି ନିଜ ଆକାଉଣ୍ଟକୁ ଲଗଇନ୍‍ କରନ୍ତୁ।
 ତଳେ ଦିଆଯାଇଥିବା ତୃତୀୟ ସ୍ଥାନକୁ ଯାଆନ୍ତୁ।
 ସେଠାରେ ଆପଣ ଦୁଇଟି ସବ ହେଡ ପାଇବେ, ଗୋଟିଏ ସେୟାର ଅନ୍ୟଟି ନୋଟିଫିକେସନ। ସେୟାର ଉପରେ ପ୍ରେସ କରନ୍ତୁ।
 ତା ପରେ ଅପସନ ଥିବା କଣ୍ଟାକ୍ଟକୁ ଯାଆନ୍ତୁ।
 ସେଠାରେ ଥିବା ସମସ୍ତ କଣ୍ଟାକ୍ଟକୁ ଆପଣକଙ୍କ ୟ୍ୟୁଟୁବସହ ଯୋଡିବାପାଇଁ ଚେଷ୍ଟା କରନ୍ତୁ।
 କଣ୍ଟାକ୍ଟ ଗୁଡିକୁ ଯୋଡିବାପାଇଁ ପ୍ରଥମେ ସହି କଣ୍ଟାକ୍ଟରେ ଏକ ଲିଙ୍କ ପଠାନ୍ତୁ।
 ଦ୍ୱିତିୟରେ ଆପଣ ଏହି କଣ୍ଟାକ୍ଟଗୁଡିକୁ ୟ୍ୟୁଟୁବରେ ଯୋଡିବାପରେ ବିଭିନ୍ନ ଅପସନ ପାଇପାରିବେ।
 ଏହାପରେ ଆପଣ ଏଠାରେ ଚାଟ୍‍ ବା ବାର୍ତ୍ତାଳାପ ଅପସନ ପାଇବେ, ଯାହାଦ୍ୱାରା ଅନ୍ୟ ମାଧ୍ୟମପରି ଆପଣ ସାଙ୍ଗମାନଙ୍କ ସହ କଥାବାର୍ତ୍ତା କରିପାରିବେ।
 ଅନ୍ୟ ସାମାଜିକ ଗଣମାଧ୍ୟମପରି ୟ୍ୟୁଟୁବରେ ବିଭିନ୍ନ ଗୋଷ୍ଠି ତିଆରି କରିବାର ବ୍ୟବସ୍ତା ମଧ୍ୟ ରହିଛି।
ୟ୍ୟୁଟୁବ ଆପରେ ଭିଡିଓ ସେୟାର କରି ସାଙ୍ଗମାନେ ନିଜର ମତ ରଖିପାରୁଥିବାରୁ ଏହା ଯୁବପିଢି ମାନଙ୍କ ମଧ୍ୟରେ ନୂଆ ସଂଚାର ଭରିଦେଇଛି। ଦିନକୁ ଦିନ ଏହାର ବ୍ୟବହାରକାରୀ ବଢୁ ଥିବାର ସୂଚନା ମିଳିଛି।

Leave A Reply