ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ

0

ପାରାଦ୍ବୀପ :  ପାରାଦ୍ବୀପ ନୂଆବଜାର ସାଇ ମନ୍ଦୀର ସମ୍ମୁଖରେ ଏକ ଅଭାବନିୟ ଘଟଣା ଘଟିଛି । ଜଣେ ମାନସିକ ବିକୃତ ଯୁବକଙ୍କ ଭୂଜାଲି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ନୂଆବଜାରର ଗୌରାଙ୍ଗ ସ୍ବାଇଁଙ୍କ ପୁଅ ସୁଦୀପ୍ତ ସ୍ବାଇଁ (୩୨)। ଗୁରୁବାର ସକାଳେ ସୁଦୀପ୍ତ ଦୁଆରମୁହଁରେ ବସିଥିବା ବେଳେ ସେଠାରେ ବୁଲୁଥିବା ମାନସିକ ବିକୃତ ଯୁବକ ପ୍ରଦୀପ୍ତ ସ୍ବାଇଁ ଅଚାନକ ଏକ ଭୂଜାଲିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁଦୀପ୍ତଙ୍କ ମୃତ୍ୟୁ ଘଟିଥିଲା। ସୁଦୀପ୍ତଙ୍କ ଆଖି, ମୁଣ୍ଡ, ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ତାଙ୍କୁ ପାରାଦ୍ବୀପ ବନ୍ଦର ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପାରାଦ୍ବୀପ ପୋଲିସ ପହଞ୍ଚି ମାନସିକ ବିକୃତ ଯୁବକ ଓ ତାର ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

Leave A Reply