ମାଓବାଦୀଙ୍କ ଲାଲ ତାଣ୍ଡବ : ସ୍ୱାଭିମାନ ଅଞ୍ଚଳରେ ଯୁବକଙ୍କୁ ହତ୍ୟା

0

ମାଲକାନଗିରି : ଦୀର୍ଘ ଦିନର ନିରବତା ପରେ ପୁଣି ସ୍ୱାଭିମାନ ଅଞ୍ଚଳରେ ଜଣେ ଯୁବକଙ୍କୁ ଲାଲବାହିନି ହତ୍ୟା କରିଥିବା ଜଣାପଡିଛି। ତେବେ ଏ ନେଇ ମାଲକାନଗିରି ପୋଲିସ ନିକଟରେ କୌଣସି ନିଦ୍ଧିଷ୍ଟ ସୂଚନା ନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଏସ.ପି ଜଗମୋହନ ମିନା କହିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅଣ୍ଡ୍ରାପାଲ୍ଲି ପଞ୍ଚାୟତ ତାବେର ଗ୍ରାମରେ ମାଓବାଦୀ ମାନେ ପ୍ରଜାକୋର୍ଟ କରିବା ସହ ପୋଲିସକୁ ସହଯୋଗ କରିଥିବା ଅଭିଯୋଗରେ ଶଙ୍କର ମୁଦୁଲି ନାମକ ଜଣେ ଯବୁକଙ୍କ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମାଓ ନେତା ସୁଧିରଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଶଙ୍କର ପୋଲିସ ସହ ସହଯୋଗ କରି ଏହି ଅଞ୍ଚଳର ଲୋକଙ୍କୁ ଲାଲ ବାହିନି ଛାଡିବା ପାଇଁ ପ୍ରର୍ବତାଉଥିବା ଅଭିଯୋଗ ହେଉଥିଲା। ପୂର୍ବରୁ ସେ ମାଓବାଦୀଙ୍କ ସହ ମିଶି କାମ କରୁଥିବା ଜଣାପଡିଛି। ତେବେ ଶଙ୍କର ଲାଲ ବାହିନିର ହାତ ଛାଡି କିଛି ଦିନ ହେବ ସମାଜର ମୁଖ୍ୟ ତ୍ସୋତରେ ସାମିଲ ହେବା ସହ ମାଓବାଦୀଙ୍କୁ ହିଂସାକାଣ୍ଡର ଗତିବିଧିକୁ ବିରୋଧ କରିଥିଲେ। କିଛି ଦିନ ପୂର୍ବେ ଆନ୍ଧ୍ରରୁ ଆସିଥିବା ମାନବ ଅଧିକାର ସଦସ୍ୟଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତକୁ ମଧ୍ୟ ସେ ବିରୋଧ କରିଥିଲେ। ନିଜର ପୂର୍ବ ସ୍ଥିତି ଫେରାଇ ଆଣିବା ସହ କିଭଳି ଆଗାମି ଦିନରେ ଲାଲ ସଙ୍ଗଠନକୁ କିପରି ସୁଦୁଢ କରିହେବ ସେଥି ପାଇଁ ମାଓ ସଙ୍ଗଠନ ନିଜର ରଣ କୌଶଳ ପ୍ରସ୍ତୁତି କରୁଛନ୍ତି। ଅନ୍ୟ ପକ୍ଷରେ ମାଓବାଦୀଙ୍କୁ ସମର୍ଥନ କଲେ ପୋଲିସର ଜେଲ୍‍ ଦଣ୍ଡର ଭୟ ଓ ପୋଲିସକୁ ସମର୍ଥନ କଲେ ପ୍ରଜାକୋର୍ଟରେ ମାଓବାଦୀଙ୍କ ମୃତ୍ୟୁ ଦଣ୍ଡ। ଏଭଳି ସ୍ଥିତିରେ ସ୍ୱାଭିମାନ ଅଞ୍ଚଳବାସୀ କାହାକୁ ସମର୍ଥନ ଦେବେ ତାହା ସବୁ ଠାରୁ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply