ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ

0

ସୁଆଣ୍ଡୋ : ସାକ୍ଷୀଗୋପାଳ ରେଳ ଷ୍ଟେସନର ୩ ନଂ  ପ୍ଲାଟଫର୍ମର ରେଳ ଧରଣାରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ମଣିଂୱାର୍କରେ ଯାଇଥିବା ଲୋକମାନେ ଏହା ଦେଖିଥିଲେ । ଏସଂପର୍କରେ ରେଳବାଇ ଥାନାକୁ ଜଣାଇବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଘଟଣାରୁ ପ୍ରକାଶ ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ସ୍ବର୍ଗତ ଦିବାକର ଜେନାଙ୍କ ପୁଅ କାଳିଆ ଜେନା(୧୮)  ନିଟସ୍ଥ କୌଣସି ଏକ ଦୋକାନରେ କାମ କରୁଥିଲେ । ସେ ସେଠାରେ ରହନ୍ତି ଓ କେତେବେଳେ କେମିତି ଘରକୁ ଆସିଥାନ୍ତି । ଏବେ ପନ୍ଦର ଦିନ ହେଲା ସେ ଘରକୁ ଆସିନଥିଲେ । ହେଲେ ଆଜି ତାଙ୍କର ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ଘଟଣାସ୍ଥଳରୁ ରେଳବାଇ ପୋଲିସ ମୃତ ଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପୁରୀ ପଠାଇ ଥିବା ଜଣାପଡିଛି ।

Leave A Reply