ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ

0

ଭୁବନେଶ୍ୱର .. – କଂଗ୍ରେସରୁ  ନିଲମ୍ବିତର ହେବା ପରେ ସୁନ୍ଦରଗଡର ବିଧାୟକ ଯୋଗେଶ ସିଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି ।  ପୂର୍ବରୁ ଝାରସୁଗୁଡାର ବିଧାୟକ ନବ ଦାସ ଦଳର  ଇସ୍ତଫା ଦେଇଥିଲା । ନବଦାସ ଓ ଯୋଗେଶ ସିଂ ଦଳ ଛାଡିବା ପରେ ବିଧାନସଭାରେ ବିରୋଧ ଦଳ ନେତା ପଦ ପାଇଁ ଆବଶ୍ୟକ ଥିବା ସଂଖ୍ୟା କଂଗ୍ରେସ ପାଖରେ ନାହିଁ । ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ତା ପୂର୍ବରୁ ଦଳର ଗୋଟିଏ ପରେ ଗୋଟିଏ ନେତା କଂଗ୍ରେସର ହାତ ଛାଡୁଛନ୍ତି ।

ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

Leave A Reply