ଯୋଗାଭ୍ୟାସ ପୂର୍ବରୁ ଜାଣି ରଖନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ କଥା

ଏହା ଆମେ ସମସ୍ତେ ଜାଣନ୍ତି ଯେ ଯୋଗ ଶରୀର ପାଇଁ ଖୁବ୍ ଲାଭଦାୟକ। ସୁସ୍ଥ ଶରୀର ପାଇଁ ଦୈନିକ ଯୋଗ କରିବା ନିହାତି ଆବଶ୍ୟକ ହୋଇଥାଏ। ହେଲେ ଯୋଗାଭ୍ୟାସ କରିବା ପୂର୍ବରୁ କିଛି ବିଶେଷ ନିୟମାବଳୀ ବିଷୟରେ ଜାଣି ରଖିବା ଉଚିତ। କାରଣ ଯୋଗ କଲାବେଳେ ସାମାନ୍ୟ ତ୍ରୁଟି ମଧ୍ୟ ଶରୀର ପାଇଁ ଭାରୀ ପଡ଼ିଯାଏ ଓ ବିପରୀତ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଯୋଗ କରିବା ପୂର୍ବରୁ କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ୍ –

ଯୋଗ କରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟ ବାଛି ନିଅନ୍ତୁ ଏବଂ ପ୍ରତ୍ୟେକ ଦିନ ସେହି ସମୟରେ ହିଁ ଯୋଗ କରନ୍ତୁ। ସକାଳ ସମୟରେ ଯୋଗ କଲେ ବହୁତ ଭଲ।

ଯୋଗ କରିବା ପାଇଁ ସ୍ୱଚ୍ଛ ଏବଂ ଶାନ୍ତ ବାତାବରଣ ଆବଶ୍ୟକ ହୋଇଥାଏ। ଯେଉଁ ସ୍ଥାନରେ ଶୁଦ୍ଧ ପବନ ଅତିବାହିତ ହେଉଥିବ ସେହି ସ୍ଥାନ ଯୋଗ କରିବା ପାଇଁ ଉପଯୁକ୍ତ ହୋଇଥାଏ। ତେଣୁ ଯୋଗାଭ୍ୟାସ ପୂର୍ବରୁ ପ୍ରଥମେ ସ୍ଥାନ ଚୟନ କରିବା ନିହାତି ଆବଶ୍ୟକ।

ସକାଳୁ ଖାଲି ପେଟରେ ଯୋଗ କଲେ ଏହା ବହୁତ ଲାଭପ୍ରଦ ହୋଇଥାଏ। ଯଦି ଖାଲି ପେଟରେ ଯୋଗ ସମ୍ଭବ ହେଉନାହିଁ ତେବେ ଖାଦ୍ୟ ଖାଇବାର ଅତି କମ୍‌ରେ ୩ ଘଣ୍ଟା ବ୍ୟବଧାନ ପରେ ଯୋଗ କରନ୍ତୁ।

ଯୋଗ କରିବା ସମୟରେ ଏକାଗ୍ରତା ରକ୍ଷା କରନ୍ତୁ। ମୋବାଇଲ ଫୋନ କିମ୍ବା କାହା ସହିତ କଥା ହେବାରୁ ଦୂରେଇ ରୁହନ୍ତୁ।

ମହିଳାମାନେ ମାସିକ ଧର୍ମ ସମୟରେ ଯୋଗ କରିବା ଉଚିତ ନୁହେଁ।

ଯୋଗ କରିବା ସମୟରେ ସଞ୍ଜମତା ଏବଂ ଧୈର୍ଯ୍ୟ ରଖିବା ଉଚିତ।

ସବୁ ବ୍ୟକ୍ତିଙ୍କର କ୍ଷମତା ଅଲଗା ହୋଇଥାଏ। ତେଣୁ ନିଜର କ୍ଷମତା ଅନୁସାରେ ଯୋଗ କରିବା ଉଚିତ।

Comments are closed.