ଦିବ୍ୟାଙ୍ଗଙ୍କ ଯୋଗ ଶିକ୍ଷା

0

ନିଜ କାର୍ଯ୍ୟଶୈଳୀକୁ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କରିବାର କ୍ଷମତା ଖୁବ୍ କମ୍ ଲୋକଙ୍କ ନିକଟରେ ଥାଏ। ସେହିଭଳି ପାରିବା ପଣିଆ ଦେଖାଇଛନ୍ତି ଦିଲ୍ଲୀର ଲୋକପ୍ରିୟ ଯୋଗ ଶିକ୍ଷୟିତ୍ରୀ ପ୍ରୀତି କୁମାରୀ। ଦୈନିକ ସକାଳେ-ସନ୍ଧ୍ୟାରେ ପାଖଆଖର ଦିବ୍ୟାଙ୍ଗ ଲୋକଙ୍କ ଭିଡ଼ ତାଙ୍କ ଘରେ ଜମିଥାଏ। କାରଣ ସେ କେବଳ ଏହି ବର୍ଗର ଲୋକଙ୍କୁ ହିଁ ଯୋଗ ଶିଖାଇଥାନ୍ତି। ଏ ବାବଦରେ ପ୍ରୀତିଙ୍କ ଯୁକ୍ତି ହେଉଛି ଦିଲ୍ଲୀରେ ଜଳବାୟୁ ଦିନକୁଦିନ ବିଷାକ୍ତ ହେବାରେ ଲାଗିଛି। ଏଭଳି ପରିସ୍ଥିତି ସହ ଲଢ଼ିବା ନିମନ୍ତେ ପ୍ରତ୍ୟେକ ବର୍ଗର ବ୍ୟକ୍ତି ନିଜକୁ ସୁସ୍ଥସବଳ ରଖିବା ନିତାନ୍ତ ଆବଶ୍ୟକ। ହେଲେ ଦିବ୍ୟାଙ୍ଗଙ୍କ କଥା ଆମେ ସମସ୍ତେ ଭୁଲିଯାଉଥାଉ। ସେମାନେ କିଭଳି ଭାବେ ଏଇ ଅସ୍ବାସ୍ଥ୍ୟକର ଜଳବାୟୁ ସହ ଲଢ଼ିବାର ଶକ୍ତି ପାଇବେ? ଏଣୁ ଗତ ଦେଢ଼ ବର୍ଷ ତଳେ ହିଁ ପ୍ରୀତି ନିଜର ଏଇ ଅଭିଯାନ ଆରମ୍ଭ କରିଛନ୍ତି। ଦିବ୍ୟାଙ୍ଗଙ୍କୁ ସେ ମଣ୍ଡୁକ ଆସନ, ବଟରଫ୍ଲାଏ, ସୂର୍ଯ୍ୟ ନମସ୍କାର, ଭୁଜଙ୍ଗ ଆସନ, କପାଳଭାତି, ଅନୁଲୋମ-ବିଲୋମ ଇତ୍ୟାଦି ଅଭ୍ୟାସ କରାଇଥାନ୍ତି। ନିୟମିତ ତାଙ୍କ ପାଖକୁ ୨୦୦ରୁ ଅଧିକ ଦିବ୍ୟାଙ୍ଗ ଯୋଗ କରିବା ପାଇଁ ଆସୁଥିବାର ପ୍ରକାଶ। ତାଙ୍କର ଏଇ ଭିନ୍ନ ପଦକ୍ଷେପ ନିମନ୍ତେ ନିକଟରେ ଦିଲ୍ଲୀର ଏକ ଏନଜିଓ ପ୍ରୀତିଙ୍କୁ ସମ୍ମାନିତ କରିଛି।

Leave A Reply