ଜୁନ୍‍ ୨୧କୁ କାହିଁକି ଯୋଗ ଦିବସ ଭାବେ ପାଳନ କରାଯାଏ, ଆସନ୍ତୁ ଜାଣିବା

0

ଜୁନ ମାସ ୨୧ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଏହାକୁ ଭାରତ ସହିତ ବିଶ୍ୱର ଅଧିକାଂଶ ଦେଶରେ ପାଳନ କରାଯାଇଥାଏ। ପ୍ରଥମଥର ଅନ୍ତର୍ଜାତୀୟ ଯୋଗ ଦିବସ ୨୦୧୫ ମସିହା ଜୁନ ମାସ ୨୧ତରିଖରେ ପାଳନ କରାଯାଇଥିଲ। ଜାତିସଂଘ ଜୁନ୍‍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଥିଲା। ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ବ୍ୟତୀତ ଏହି ଦିନ ବର୍ଷର ସବୁଠାରୁ ବଡ ଦିନ ହୋଇଥାଏ। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରରୁ ଦକ୍ଷିଣ ଦିଗ ଆଡକୁ ଗତି କରିବା ଆରମ୍ଭ କରିଥାଆନ୍ତି। ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଥିବା ଦେଶ ମାନଙ୍କରେ ଦିନ ବଡ ହେବାକୁ ଳାଗିଥାଏ। ଜୁନ ୨୧ ଠିକ ୧୨ଘଣ୍ଟା୨୮ମିନିଟ ସମୟ ପରଠାରୁ ସୂର୍ଯ୍ୟ କର୍କଟ କ୍ରାନ୍ତି ରହିବ। ଏହା ବର୍ଷର ସବୁଠାରୁ ବଡ ଦିନ ହେବ। ଏହି ମାସ ଜୁନ ୨୧ତାରିଖରେ ଦିନ ୧୩ଘଣ୍ଟା ୩୪ମିନିଟ ରହିବାବେଳେ ରାତି ୧୦ଘଣ୍ଟା ୨୪ମିନିଟ ରହିବ।
ଏବେ ପ୍ରଶ୍ନ ଉଠୁଛି ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ କାହିକିଁ ପାଳନ କରାଯାଏ। ଯୋଗରେ ଏହି ଘଟଣାକୁ ସଂକ୍ରମଣ କାଳ କୁହାଯାଏ। ଏହି ସମୟରେ ଯୋଗ କଲେ ଶରୀରକୁ ବହୁତ ଲାଭ ମିଳିଥାଏ। ଏହି କାରଣରୁ ଅନ୍ତର୍ଜାତୀୟ ଯୋଗ ଦିବସ ଏହି ଦିନ ପାଳନ କରାଯାଏ।
ଅନ୍ୟ ଦିନ ତୁଳନାରେ ଜୁନ ୨୧ରେ ସୂର୍ଯ୍ୟଙ୍କ କିରଣ ଅଧିକ ସମୟ ପର୍ଯ୍ୟନ୍ତ ପୃଥିବୀରେ ପଡିରହିଥାଏ। ଯେଉଁ କାରଣରୁ ଉତ୍ତର ଗୋଲାର୍ଦ୍ଧରେ ଦିନ ବଡ ହୋଇଥାଏ ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳି ରହିଥାଏ। ଏହା ପ୍ରାୟ ୨୩.୪ଆକ୍ଷାଂଶ ରେ ରହିଥାଏ ଯେଉଁ କାରଣରୁ ଦିନ ବଡ ହୋଇଥାଏ।
ଏହି ଘଟଣା ବର୍ଷକୁ ଦୁଇଥର ହୋଇଥାଏ। ପ୍ରଥମେ ଜୁନ ୨୧ରେ ଏହାଦେଖାଯାଇଥାଏ। ଏହି ଦିନ ବଡ ହୋଇଥାଏ। ପରେ ଶୀତ ଦିନରେ ଡିସେମ୍ବର ୨୧ ତାରିଖରେ ଏହି ଭଳି ହୋଇଥାଏ। ଏହି ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ରାତି ବଡ ହୋଇଥାଏ।

Leave A Reply