ଅନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଓ ରାମଦେବଙ୍କ ସମେତ ୨ଲକ୍ଷ ଲୋକ କରିବେ ଯୋଗ

0

ଜୟପୁର: ଅନ୍ତର୍ଜାତିୟ ଯୋଗ ଦିବସ(୨୧ଜୁନ୍‍)ରେ ପ୍ରଧାନମନ୍ତ୍ରୀ ଓ ଯୋଗଗୁରୁ ବାବା ରାମଦେବଙ୍କ ସହିତ ୨ଲକ୍ଷ ଲୋକ କୋଟାରେ ଯୋଗ କରିବେ। ରାଜସ୍ଥାନର କୋଟା ଜିଲାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଗିନିଜ ବୁକ୍‍ ଅଫ ୱାଲ୍ଡ ରେକର୍ଡ଼ରେ ମଧ୍ୟ ସାମିଲ କରାଯିବ।
କୋଟାର ଆରଏସି ପଡ଼ିଆରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାଜସ୍ଥାନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ, ପି. ପି ଚୌଧୁରୀ, ସି ଆର ଚୌଧୁରୀ, ଗଜେନ୍ଦ୍ର ସିଂହ ଶେଖାୱତ୍‍ ପ୍ରମୁଖ ସାମିଲ ହେବେ। ବିଶ୍ୱରେ ପ୍ରଥମ ଥର ପାଇଁ ଏକକାଳୀନ ୨ଲକ୍ଷ ଲୋକ ଏକତ୍ର ଯୋଗ କରିବେ। ଏହି ପରିପ୍ରେକ୍ଷୀରେ କୋଟାର ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟର ତଦାରଖ କରିବେ ପ୍ରଧାନମନ୍ତ୍ରୀ।

Leave A Reply