ଆସ୍ଥା ଭୋଟ ଜିତିଲେ ୟେଦୁରପ୍ପା

ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ସୂଚନା

ବେଙ୍ଗାଲୁର. – କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ସୋମବାରରେ ବିଧାନସଭାରେ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଦେଇଥିଲେ । ବିରୋଧିଦଳ ମତ ବିଭାଜନ ପାଇଁ ଦାବି କରି ନଥିଲେ । ଏହି କାରଣରୁ ୟେଦୁରପ୍ପା ବାଚନିକ ଭୋଟରେ  ବିଜୟୀ ହୋଇଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ରବିବାର ଦିନ ଆସ୍ଥା ଭୋଟରେ ନିଶ୍ଚୟ ବିଜୟଲାଭ କରିବେ ବୋଲି ୟେଦୁରପ୍ପା ଦୃଢୋକ୍ତି ପ୍ରକାଶ କରିଥିଲେ । ଆସ୍ଥା ଭୋଟ ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିଜେପିକୁ ଆକ୍ଷେପ କରି ଅନେକ କଥା କହିଥିଲେ । ବିଦ୍ରୋହୀ ବିଧାୟକଙ୍କୁ ଦଳ ଅଣଦେଖା କରୁଥିବା କଥା ଅଭିଯୋଗ କରିବା ସହ କୌଣସି ଶାସନ କିମ୍ବା ଶାସକ ସ୍ଥାୟୀ ନୁହଁ ଏପରିକି ନରେନ୍ଦ୍ର ମୋଦୀ ବି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ବାଚସ୍ପତି ପୂର୍ବରୁ ୧୭ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଏହାପରେ ବହୁମତ ପାଇଁ ୧୦୫ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଥିଲା । ବିଜେପି ନିକଟରେ ଏକୁଟିଆ ବିଶ୍ୱାସମତ ପାଇଁ ବିଧାୟକ ରହିଛନ୍ତି । ଜଣେ ନିର୍ଦଳୀୟ ବିଧାୟକୁ ବିଜେପିକ ସମର୍ଥନ ଦେଉଛନ୍ତି । ବିଦ୍ରୋହୀ ବିଧାୟକମାନେ ବାଚସ୍ପତିଙ୍କ ନିର୍ଣ୍ଣଯ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Comments are closed.