ଫୁଲବାଣୀ ଠାକୁରାଣୀ ଯାତ୍ରାକୁ ନେଇ ବିବାଦ

0

କନ୍ଧମାଳ: ଶାନ୍ତି ଶୃଙ୍ଖଳା ସହ ମା ନାରାୟଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଯାତ୍ରା କମିଟି ସହିତ ଜିଲା ପ୍ରଶାସନ ଆଲୋଚନା କରିବାକୁ ନିର୍ଦେଶରେ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଠାକୁରାଣୀ ଯାତ୍ରା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବିରୋଧ କରୁଛନ୍ତି । ତେଣୁ କୌଣସି ଅଘଟଣ ଆଶଙ୍କାରେ ପ୍ରଶାସନ ପକ୍ଷରୁ ମୀନା ବଜାର, ତୋରଣ ଓ ଅନ୍ୟାନ୍ୟ ସାଜସଜା ଉପରେ କଟକଣା ଜାରି କରାଯାଇଛି । ପ୍ରଶାସନର ଏହି ନଷ୍ପତ୍ତିକୁ ଏକ ପାଖିଆ ବୋଲି ଅଭିଯୋଗ କରିଛି ବଜାର କମିଟି ଓ ଯାତ୍ରା ଆୟୋଜନ କମିଟିର ମିଳିତ ମଞ୍ଚ । ଏହି ସଂକ୍ରାନ୍ତରେ ମିଳିତ ମଞ୍ଚର ଏକ ଜରୁରୀ ବୈଠକ ଆଜି ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତଙ୍କ ଭାବବେଗ ସହିତ ଜଡିତ ଠାକୁରାଣୀ ଯାତ୍ରାର ଦୀର୍ଘ ବର୍ଷର ପରମ୍ପରା ବ୍ୟାହାତ ହେଲେ ତୀବ୍ର ବିରୋଧ କରାଯିବ ବୋଲି  ମଞ୍ଚ ପକ୍ଷରୁ କୁହାଯାଇଛି । ଆସନ୍ତା କାଲି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply