ଚର୍ଚ୍ଚିତ ଯମୁନା ଏକ୍ସପ୍ରେସୱରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୯ ମୃତ ୨୫ ଆହତ

0

ନୂଆଦିଲ୍ଲୀ : ଦେଶର ଚର୍ଚ୍ଚିତ ଯମୁନା ଏକ୍ସପ୍ରେସୱରେ ଶୁକ୍ରବାର ପ୍ରାୟ ୫ଟାରେ ଆଗ୍ରାରୁ ନୋଏଡା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡମ୍ପରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁ ଓ ଦୁଇ ଜଣ ମହିଳାଙ୍କ ସମେତ ମୋଟ୍ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହା ସହ ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

pic courtesy jagran

ସୂଚନା ପାଇ ଘଟଣାସ୍ଥଳରେ ପୁଲିସ, ଉଦ୍ଧାରକାରୀ ଦଳ ସମେତ ଜିଲା ପ୍ରଶାସନ ଅଧିକାରୀ ପହଞ୍ଚି ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ଜେବର ସ୍ଥିତି କୈଳାଶ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରିଛନ୍ତି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଦ୍ଧିୃ ପାଇବାର ଆଶଙ୍କା କରାଯାଉଛି ।

Leave A Reply