ଆଜିଠାରୁ ୟାହୁ ମେସେଞ୍ଜର ବନ୍ଦ

0

ନୂଆଦିଲ୍ଲୀ : ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ୍‍ ୟାହୁ ୧୭ ଜୁଲାଇରୁ ସମ୍ପୁର୍ଣ୍ଣରୂପେ ଇଣ୍ଟରନେଟ ମେସେଜ ସେବାକୁ ବନ୍ଦ କରିଦେଇଛି। ଫଳରେ ୟାହୁ ମେସେଜ କମ୍ପାନୀ ଏବେ ନିଜ ବ୍ୟବହାରକାରୀମାନଙ୍କୁ କୌଣସି ସୁବିଧା ପ୍ରଦାନ କରିପାରିବ ନାହିଁ। ଦୀର୍ଘ ୨୦ ବର୍ଷ ତଳେ ୟାହୁ କମ୍ପାନୀ ନିଜର ମେସେଜ ସେବା ଆରମ୍ଭ କରିଥିଲା। ୟାହୁ କମ୍ପାନୀ କହିବା ଅନୁସାରେ ୟାହୁ ମେସେଞ୍ଜର ବଦଳରେ ଅନ୍ୟ ଏକ ମେସେଜ ଆପ ଅଣାଯିବ। ଏହି ନୂଆ ମେସେଜ୍‍ ଆପରେ ବ୍ୟବହାରକାରୀମାନେ ଆମ ସହ ଭଲରେ ଯୋଡି ହୋଇପାରିବେ। ବନ୍ଦ ହୋଇସାରିଥିଲେ ବି କମ୍ପାନୀର ବ୍ୟବହାରକାରୀମାନେ ଛଅ ମାସ ମଧ୍ୟରେ ନିଜର ଚାଟିଙ୍ଗର ଇତିହାସକୁ ଡାଉନଲୋଡ କରିକି ରଖିପାରିବେ। କମ୍ପାନୀ ବନ୍ଦ ହେବାପରେ ମଧ୍ୟ ବ୍ୟବହାରକାରୀମାନେ ନିଜର ଆଇଡି ଅନ୍ୟ କୌଣସି ମେସେଜ କମ୍ପାନୀ ଦ୍ୱାରା ବ୍ୟବହାର କରିପାରିବେ। ୧୯୯୮ ମସିହାରେ ୟାହୁ କମ୍ପାନୀ ଏକ ଛୋଟ ରେଡିଓ ଯନ୍ତ୍ର ରୂପେ ବଜାରକୁ ଆସିଥିଲା। ଏହାପରେ ୧୯୯୯ ଜୁନ ୨୧ରୁ ୟାହୁ ନିଜର ମେସେଞ୍ଜର ସେବା ଆରମ୍ଭ କରିଥିଲା। ବର୍ଷକୁ ବର୍ଷ ଏହାର ବ୍ୟବହାରୀଙ୍କ ସଂଖ୍ୟା ବଢି ବଢି ଚାଲିଲା। ନୂତନ ଭର୍ସନ ଆସିବାର ଥିବାରୁ ଜୁଲାଇ ୧୭ ତାରିଖରେ ଇଣ୍ଟରନେଟ ମେସେଞ୍ଜର ସେବାକୁ ୟାହୁ ବନ୍ଦ କରିଦେଇଛି।

Leave A Reply