‘ଜିଓମି ରେଡମି ୱାଇ-୨’ରେ ମିଳିବ ୨ହଜାର ଟଙ୍କାର ରିଆତି

0

ନୂଆଦିଲ୍ଲୀ : ବର୍ତ୍ତମାନ ଜିଓମି କମ୍ପାନୀ  ତରଫରୁ ଅନେକ ସ୍ମାର୍ଟଫୋନରେ ରିଆତି ମିଳୁଛି। ସେହିଭଳି ଜିଓମିର ଡୁଆଲ ରିୟର କ୍ୟାମେରା ଥିବା ଫୋନ ଜିଓମି ‘ରେଡମି ୱାଇ-୨’ରେ କମ୍ପାନୀ ୨ହଜାର ଟଙ୍କାର ରିଆତି ଘୋଷଣା କରିଛି। ଯାହାଦ୍ୱାରା ଏହି ଫୋନର ମୂଲ୍ୟ ବର୍ତ୍ତମାନ ୮,୯୯୯ଟଙ୍କା ରହିଛି। ଏହି ନୂଆ ମୂଲ୍ୟ ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଲାଗୁକରାଯାଇଛି। ଫୋନରେ ୩ଜିବି ରାମ ଏବଂ ୩୪ଜିବି ଷ୍ଟୋରେଜ ରହିଛି। ସେହିଭଳି ‘ରେଡମି ୱାଇ-୨’ର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ଥିବା ମଡେଲର ମୂଲ୍ୟ ୧୦,୯୯୯ଟଙ୍କା। ‘ରେଡମି ୱାଇ-୨’ରେ ଡୁଆଲ ସିମ, ୫.୯୯ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ, କ୍ୱାଲାକମର ସ୍ନାପଡ୍ରାଗନ ୬୨୫ପ୍ରୋସେସର, ୩ଜିବି/୪ଜିବି ରାମ, ୩୨ଜିବି/୬୪ଜିବି ଷ୍ଟୋରେଜ ମଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରେିବେ। ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି। ଯେଉଁଥିରେ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୫ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୧୬ମେଗାପିକ୍ସେଲର ରହିଛି। ଯେଉଁଥିରେ ଏଆଇ ସପୋର୍ଟ ଦିଆଯାଇଛି। ଏଥିରେ ୩୦୮୦ଏମଏଚର ବ୍ୟାଟେରୀ, ସଂଯୋଗପାଇଁ ୪ଜି ଭୋଲଟିଇ, ୱାଇ-ଫାଇ ୮୦୨.୧୧ବି/ଜି/ଏନ୍‍, ବ୍ଲୁଟୁଥ ଭି୪.୨, ଜିପିଏସ୍‍/ଏ-ଜିପିଏସ୍‍, ୩.୫ଏମ୍‍ଏମର ହେଡପୋନ ଜ୍ୟାକ ଦିଆଯାଇଛି। ଏହି ଫୋନରେ ଆପଣ ଏକାସଙ୍ଗରେ ଦୁଇଟି ସିମ କାର୍ଡ ଏବଂ ଗୋଟିଏ ମେମୋରୀ କାର୍ଡ ବ୍ୟବହାର କରିପାରିବେ। ଏହାର ପଛପଟେ ଟିପଚିହ୍ନ ସେନସର ଦିଆଯାଇଛି। ଏହି ଫୋନ କିଣିଲେ ଫୋନ ସହିତ କଭର ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

Leave A Reply