ଜିଓମୀ ଲଞ୍ଚକଲା ୧୦ ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମୀ ୧୦ ଜିବି ରାମ ଥିବା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ‘ଜିଓମୀ ବ୍ଲାକ ସାର୍କ ହେଲୋ’। ଜିଓମୀର ଏହି ଫୋନକୁ ଏବେ ଚୀନ ବଜାରରେ ଲଞ୍ଚ କରାଯାଇଛି। ବ୍ଳାକ ସାର୍କ ହେଲୋ ଚଳିତ ବର୍ଷ ଅପ୍ରେଲ ମାସରେ ଲଞ୍ଚ ହୋଇଥିବା ଜିଓମୀ ବ୍ଳାକ ସାର୍କର ଅପଗ୍ରେଡ ଭରସନ। ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଲିକ୍ଟିଡ କୁଲିଙ୍ଗ ଟେକ୍ନୋଲୋଜି ଦିଆଯାଇଛି ଯାହା ଫୋନକୁ ଗରମ ହେବାକୁ ଦେବନାହିଁ। ଏଥିରେ ୧୦ ଜିବି ରାମ ଦିଆଯାଇଛି।

ଜିଓମୀ ବ୍ଲାକ ଶାର୍କ ହେଲୋର ମୂଲ୍ୟ
ଜିଓମୀ ବ୍ଲାକ ଶାର୍କ ହେଲୋର ମୂଲ୍ୟ ବିଷୟରେ କହିଲେ ଏହି ଫୋନର ୬ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଥିବା ମଡେଲର ମଲ୍ୟ ୩୪,୧୦୦ ଟଙ୍କା। ସେହିଭଳି ଏହାର ୧୦ ଜିବି ରାମ, ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୪୪,୫୦୦ ଟଙ୍କା। ଚୀନରେ ଏହି ଫୋନର ବିକ୍ରି ଅକ୍ଟୋବର ୩୦ ତାରିଖରୁ ହେବ।
ଜିଓମୀ ବ୍ଲାକ ଶାର୍କ ହେଲୋର ବିଶେଷତ୍ୱ
ଏହି ଫୋନରେ ଡୁଆଲ ସିମ ସପୋର୍ଟ ଏବଂ ୬.୦୧ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୧୦୮୦/୨୧୬୦ ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮:୯ ରହିଛି। ବ୍ଲାକ ସାର୍କ ହେଲୋରେ କ୍ୱାଲାକମର ସ୍ନାପଡ୍ରାଗନ ୮୪୫ ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୩୦ ଜିପିୟୁ, ୬ଜିବି ରାମ, ୮ଜିବି ତଥା ୧୦ ଜିବି ରାମ ଏବଂ ୨୫୬ ଜିବିର ଷ୍ଟୋରେଜ ମିଳିବ। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ ମେଗାପିକ୍ସେଲ ଏବଂ ଅନ୍ୟଟି ୨୦ ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୨୦ ମେଗାପିକ୍ସେଲ। ଉଭୟ କ୍ୟାମେରା ସହିତ ଫ୍ଲାସଲାଇଟ ସଚୁବିଧା ରହିଛି। ଫୋନରେ ୪୦୦୦ ଏମ୍‍ଏଚ୍‍ ର ବ୍ୟାଟେରୀ ରହିଛି ଯାହା କ୍ୱିକ୍‍ ଚାର୍ଜ ୩.୦ର ସପୋର୍ଟ କରିଥାଏ। ସଂଯୋଗପାଇଁ ଫୋନରେ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ ଦିଆଯାଇଛି।

Leave A Reply