ଭୁଲରେ ଚାଲାଣ କଟିଥିଲେ ଫେରସ୍ତ ପାଇବେ ଟଙ୍କା

ଭବନେଶ୍ୱର: ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ନ କରି ଭୁଲରେ ଚାଲାଣ କଟାଯାଇଥିଲେ ଗାଡ଼ି ଚାଳକମାନେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ନେଇ କିଛି ଲୋକଙ୍କ ନାମରେ ଭୁଲରେ ଚାଲାଣ କଟାଯାଇଥିବା ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। କୌଣସି ଲୋକ ନାମରେ ଭୁଲରେ ଏଭଳି ଚାଲାଣ କଟାଯିବା ଉଚିତ ନୁହେଁ। ଯଦି ସେଭଳି କିଛି ହୋଇଥାଏ, ତାହାହେଲେ ଗାଡ଼ି ଚାଳକମାନଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସ ପହିଲାରୁ ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଓଡ଼ିଶାରେ ବିଭିନ୍ନ କାରଣପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବାରୁ ଏଥିରେ ୩ ମାସ ପାଇଁ କୋହଳ କରାଯାଇଥିଲା। କୋହଳ ଅବଧି ଶେଷ ହେବା ପରେ ଚଳିତ ମାସ ୧ ତାରିଖରୁ ନିୟମକୁ ପୁଣି କଡ଼ାକଡ଼ି କରାଯାଇଛି।

Comments are closed.