ଭୁଲ୍ ଇଂଜେକ୍ସନରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ ; କ୍ଳିନିକ୍ ରେ ଉତ୍ତେଜନା

ସୋର: ବାଲେଶ୍ବର ଜିଲା ସୋର ଅନ୍ତର୍ଗତ ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନକରେ ଏକ ଅଭାବନୀୟ ଘଟଣା ଘଟିଛି । ଭୁଲ ଇଂଜେକସନ ଯୋଗୁଁ ଜଣେ ଯୁବତୀଙ୍କର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଅବସର ପ୍ରାପ୍ତ ଡାକ୍ତର ନାମରେ ଏହି ଅଭିଯୋଗ ଆସିଛି । ମୃତକଙ୍କ ସର୍ମ୍ପକୀୟ ସମ୍ପୃକ୍ତ ଡାକ୍ତରଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତ ଯୁବତୀଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି । ମୁତ ଯୁବତୀଙ୍କ ଘର ବାଗୁଡି ଅଞ୍ଚଳରେ ଏବଂ ତାଙ୍କ ନାମ ସସ୍ମିତା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ବାଗୁଡି ଅଞ୍ଚଳର ଗଜେନ୍ଦ୍ର ଜେନାଙ୍କ ଝିଅ ସସ୍ମିତା ଜ୍ୱରରେ ଆକ୍ରାନ୍ତ ହୋଇ ଉକ୍ତ କ୍ଲିନିକ୍ କୁ ଆସିଥିଲେ । ଡାକ୍ତର ତାଙ୍କୁ ଦେଖିଲା ପରେ କିଛି ମେଡିସିନ ଏବଂ ଇଂଜେକ୍ସନ ଆଣିବାକୁ ଲେଖିଥିଲେ । ନିକଟରେ ଥିବା ମେଡିସିନ ଷ୍ଟୋରରୁ ଡାକ୍ତର ଲେଖିଥିବା ସମସ୍ତ ମେଡିସିନ ଏବଂ ଇଂଜେକ୍ସନ ପରିବାର ଲୋକ ଆଣିଥିଲେ । ଇଂଜେକ୍ସନ ନେବାର କିଛି ସମୟ ପରେ ସସ୍ମିତା ପ୍ରାଣ ହରାଇ ଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.