ବିଜେପିରେ ଯୋଗଦେଲେ ଯୋଗେଶ୍ୱର ଦତ୍ତ, ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ

ନୂଆଦିଲ୍ଲୀ : ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ଏବଂ ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତ ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଏହି ଅବସରରେ ହରିୟାଣା ବିଜେପି ଅଧ୍ୟକ୍ଷ ସୁବାଷ ବରାଲା ଉପସ୍ଥିତ ଥିଲେ।

କୁହାଯାଉଛି ଯେ ଯୋଗେଶ୍ୱର ଆଗାମୀ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବେ। ବିଜେପି ସୂତ୍ରରୁ ପ୍ରକାଶ ଯେ ୨୦୧୨ରେ ଅଲମ୍ପିକ କ୍ରୀଡ଼ାରେ କାଂସ୍ୟ ପଦକ ବିଜେତା ଯୋଗେଶ୍ୱର ଦତ୍ତ ଲୋକସଭା ନିର୍ବାଚନ ସମୟରେ ବିଜେପିର ଟିକେଟ ଦାବିଦାର ଥିଲେ। ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ତାଙ୍କ ନାମ ସୁପାରିଶ କରିଥିଲେ। ହରିୟାଣା ନିବାସୀ କୁସ୍ତି ଖେଳାଳି ବୁଧବାର ରାଜ୍ୟ ବିଜେପି ଅଧ୍ୟକ୍ଷ ସୁବାଷ ବରାଲାଙ୍କୁ ଭେଟିଥିଲେ ଓ ସେ ହରିୟାଣା ପୁଲିସରୁ ଇସ୍ତଫା ଦେଇଥିବା ଅବଗତ କରାଇଥିଲେ। ଯୋଗେଶ୍ୱର ଦତ୍ତ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା।

Comments are closed.