ଗୁଜରାଟରେ ୬୩ ଏକର ଜମିରେ ନିର୍ମାଣ ହେଲା ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ

ଗାନ୍ଧୀନଗର : ଗୁଜରାଟର ଅହମଦାବାଦରେ ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ନିର୍ମାଣ ହୋଇଛି। ଏହି ଷ୍ଟାଡିୟମକୁ ୬୩ଏକର ଜମିରେ ନିର୍ମାଣ କରାଯାଇଥିବାବେଳେ ଏହାର ନିର୍ମାଣ କାମ ପାଖାପାଖି ଶେଷ ହୋଇଛି। ୭୦୦କୋଟି ଟଙ୍କା ବ୍ୟୟରେ ଏହି ବିଶାଳ ଷ୍ଟାଡିୟମଟି ନିର୍ମାଣ ହୋଇଥିବା ସୂଚନା ମିଳିଛି। ଏଥିରେ ଏକକାଳୀନ ଏକ ଲକ୍ଷ୍ୟ ୧୦ହଜାର ଲୋକ ବସି ଖେଳଦେଖି ପାରିବାର କ୍ଷମତା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଷ୍ଟାଡିୟମ ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା‌ ବୋଲି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା। ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ରହିଛନ୍ତି। ଏହିଭଳି ବିଶାଳକାୟ ଷ୍ଟାଡିୟମକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଗ ଦେଇ ପାରନ୍ତି ବୋଲି ସୂଚନା ମିଳିଛି।

ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏଠାରେ ଏସିଆ ଏକାଦଶ ଏବଂ ବିଶ୍ବ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବାର ସୂଚନା ମିିଳିଛି।

Comments are closed.