ଇନ୍‌ଡୋର ଷ୍ଟାଡିୟମ ବୁଲିଦେଖିଲେ ବିଶ୍ବ କୁସ୍ତି ମହାସଂଘ ପ୍ରତିନିଧି

କଟକରେ ଏସୀୟ କୁସ୍ତି ପ୍ରତିଯୋଗିତା ଆସନ୍ତାବର୍ଷ ଫେବୃୟାରୀ ୧୮ରୁ

କଟକ: ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତା ପରେ ଏହା ଆଉ ଏକ ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତା ହେବ। ଉକ୍ତ ପ୍ରତିଯୋଗିତା ଲାଗି ଭିତ୍ତିଭୂମି ପରଖିବାକୁ ବିଶ୍ବ କୁସ୍ତି ମହାସଙ୍ଘ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ପ୍ରତିନିଧି ସୋମବାର ଇନ୍‌ଡୋର ଷ୍ଟାଡିୟମ ବୁଲି ଦେଖିଥିଲେ।
ୟୁଡବ୍ଲ୍ୟୁଡବ୍ଲ୍ୟୁର ପ୍ରତିଯୋଗିତା ପ୍ରବନ୍ଧକ ରାମିଲ ଅହମଦୋଭ ଓ ଭାରତୀୟ କୁସ୍ତି ମହାସଙ୍ଘର ବ୍ୟାବସାୟିକ ଭାଗିଦାର ଆଶିଷ ଚଢାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଇନ୍‌ଡୋର ଷ୍ଟାଡିୟମ୍‌ ବୁଲି ଦେଖିଥିଲେ। ପ୍ରତିଯୋଗିତା ସ୍ଥାନ, ଡ୍ରେସି˚ରୁମ୍‌, ଗ୍ୟାଲେରୀ, ମିଡିଆ ଲାଉଞ୍ଜ, ଖେଳାଳି ଲାଉଞ୍ଜ, ଅଭ୍ୟାସ ସ୍ଥାନ ଇତ୍ୟାଦି ସେମାନେ ବୁଲି ଦେଖିଥିଲେ। ଷ୍ଟାଡିୟମ ବାହାରେ ଖେଳାଳିଙ୍କ ୱାର୍ମ ଅପ୍‌ ପାଇଁ ବ୍ୟବସ୍ଥା କରାଯିବ। ମ୍ୟାଚ୍‌ ପୂର୍ବରୁ ସେଠାରେ ୱାର୍ମ ଅପ୍‌ କରିବା ପରେ ସେଠାରୁ ସୁଡ଼ଙ୍ଗ ଦେଇ ଖେଳାଳି ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ। ଏହି ୱାର୍ମ ଅପ୍‌ ସ୍ଥାନ ଓ ସୁଡ଼ଙ୍ଗ ନିର୍ମାଣ ନେଇ ସ୍ଥାନୀୟ ଆୟୋଜକଙ୍କ ସହିତ ଆଲୋଚନା କରାଯିବ ବୋଲି ଆଶିଷ ଚଢା ସୂଚନା ଦେଇଛନ୍ତି। ପୁଣି ଖେଳାଳିଙ୍କ ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମ ପରିସରସ୍ଥିତ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌କୁ ବ୍ୟବହାର କରାଯିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ତେନ୍ଦୁଲକର ଇନ୍‌ଡୋର ହଲ୍‌କୁ ଏହି ପ୍ରତିନିଧି ଦଳ ପରିଦର୍ଶନ କରି ୨ଟି ଅଭ୍ୟାସ ମ୍ୟାଟ୍‌ ପକାଇବାକୁ ଯୋଜନା କରିଥିଲେ। ଅଭ୍ୟାସ ସ୍ଥଳରେ ଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଖି ପ୍ରତିନିଧି ଦଳ ସନ୍ତୋଷ ବ୍ୟକ୍ତ କରିଥିଲେ। ସୋମବାର ପୂର୍ବାହ୍ନରେ ଭୁବନେଶ୍ବରର ମେଫେୟାର, ସ୍ବସ୍ତି ପ୍ରିମିୟମ ଓ ଟ୍ରାଇଡେଣ୍ଟ ହୋଟେଲରେ ଖେଳାଳିଙ୍କ ରହିବା ବ୍ୟବସ୍ଥାର ତଦାରଖ କରା ଯାଇଥିଲା। ପାଖାପାଖି ୪୦୦ ରୁମ୍‌ର ଆବଶ୍ୟକତା ରହିବ। ପରେ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଚିବ ବିଶାଲ ଦେବଙ୍କ ସହ ପ୍ରତିନିଧିମାନେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ପ୍ରତିଶ୍ରୁତି ଦିଆଯାଇଛି। ପ୍ରତିନିଧି ଦଳ ଭିତ୍ତିଭୂମି ନେଇ ସନ୍ତୁଷ୍ଟ ଥିବାରୁ କଟକରେ ପ୍ରତିଯୋଗିତା ଆୟୋଜନ ହେବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଓଡ଼ିଶା କୁସ୍ତି ସ˚ଘର ଭାରପ୍ରାପ୍ତ ସମ୍ପାଦକ ଦେବେନ୍ଦ୍ର ସାହୁ ଜଣାଇଛନ୍ତି।
ପରିଦର୍ଶନ ପରେ ଆଶିଷ ଚଢା ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାର କ୍ରୀଡ଼ା ପ୍ରତିଯୋଗିତାକୁ ଆୟୋଜନ କରିବାରେ ବହୁତ ଅଗ୍ରହ ଦେଖାଇଛନ୍ତି। ଏଠାକାର ଭିତ୍ତିଭୂମି ବହୁତ ଭଲ। ଆଉ ଯାହା କିଛି ଆବଶ୍ୟକତା ରହିଛି; ସେସବୁକୁ ଆୟାଜକ ନିଶ୍ଚୟ ପୂରଣ କରିପାରିବେ। ଉଚ୍ଚ କତ୍ତୃର୍ପକ୍ଷଙ୍କୁ ରିପୋର୍ଟ ଦିଆଯିବା ପରେ ଯାହା କିଛି କୁହା ଯାଇପାରିବ। ସୂଚନାଯୋଗ୍ୟ, ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଜାନୁଆରୀରେ ଜାତୀୟ ସବ୍‌ଜୁନିୟର କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେତେବେଳେ ଏଠାକାର ଭିତ୍ତିଭୂମି ଦେଖି ଭାରତୀୟ କୁସ୍ତି ମହାସ˚ଘ ସଭାପତି ବ୍ରିଜଭୂଷଣ ଶରଣ ସି˚ହ ଏହାର ପ୍ରଶ˚ସା କରିବା ସହ ଏଠାରେ ଏସୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ସ˚କ୍ରାନ୍ତରେ ଆଲୋଚନା କରିଥିଲେ। ଏସୀୟ କୁସ୍ତିକୁ ମଧ୍ୟ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ରାଜ୍ୟ ସରକାର ମହାସ˚ଘକୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.