ବିଶ୍ବ ଶୌଚାଳୟ ଦିବସ

ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଶୌଚାଳୟ ମଧ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ହୋଇଯାଇଛି। ବିଶ୍ବରେ ଏବେ ବି ପ୍ରତି ୩ଜଣରେ ଜଣେ ମହିଳା ସୁରକ୍ଷିତ ଶୌଚାଳୟ ସୁବିଧା ପାଇବାରୁ ବଞ୍ଚିତ। ଖୋଲାରେ ଶୌଚ କରିବାକୁ ବାଧ୍ୟ ହେଉଥିବା ମହିଳା ତଥା ବାଳିକାମାନେ ନିଜର ସମ୍ମାନହାନି ସହ ଅପରାଧର ଶିକାର ହେବା ଭୟ ରହିଥାଏ। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୧ ମସିହାରେ ବିଶ୍ବ ଶୌଚାଳୟ ସଂଗଠନ ଏହି ଦିବସ ପାଳନ କରିବାର ନିଷ୍ପତ୍ତି ନେଲେ। ୨୦୧୨ରୁ ମିଳିତ ଜାତିସଂଘ ଏହାକୁ ଔପଚାରିକ ଭାବେ ନଭେମ୍ବର ୧୯ତାରିଖରେ ପାଳନ କରିବାର ନିଷ୍ପତ୍ତି କାର୍ଯ୍ୟକାରୀ କଲେ। ଏ ଦିଗରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବିଶେଷ ଫଳପ୍ରଦ ହୋଇପାରିଛି। ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶରେ ଏ ସମ୍ପର୍କିତ କର୍ମଶାଳା, ସଚେତନତା ପଦଯାତ୍ରା, ସଫେଇ କାର୍ଯ୍ୟକ୍ରମ ତଥା ଗଣଦୌଡର ଆୟୋଜନ ହୋଇଥାଏ। ଏହି ଦିବସ ପାଳନ ପରିପ୍ରେକ୍ଷୀ​‌େ​‌ର ୨୦୩୦ ସୁଦ୍ଧା ସମସ୍ତଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Comments are closed.