ଭାରତରେ ବୃଦ୍ଧି ପାଉଛି ଯକ୍ଷ୍ମା, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0

ନୂଆଦିଲ୍ଲୀ: ସାରା ବିଶ୍ୱରେ ଯକ୍ଷ୍ମା ସଂକ୍ରମଣ ରୋକିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ସ୍ୱତନ୍ତ୍ର ଯୋଜନା ଅଭାବରୁ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ସମ୍ପର୍କରେ ଉଦବେଗ ପ୍ରକାଶ କରିବା ସହ ଭାରତ ତୁରନ୍ତ ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି, ଗ୍ଲୋବାଲ ଟ୍ୟୁବରକୁଲୋସୀସ ରିପୋର୍ଟ ୨୦୧୮ ଅନୁଯାୟୀ ଭାରତରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ଯକ୍ଷ୍ମା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ। ଏକ ହିସାବ ଅନୁଯାୟୀ, ୨୦୧୭ରେ ସାରା ବିଶ୍ୱରେ ଯକ୍ଷ୍ମା ସଂକ୍ରମଣରେ ୧୬ ଲକ୍ଷ ୭୪ ହଜାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଭାରତରେ ୪ ଲକ୍ଷ ୨୩ ହଜାର ମୃତ୍ୟୁବରଣ କରିଛନ୍ତି। ଅନ୍ୟ ପକ୍ଷରେ ୨୦୧୮ରେ ବିଶ୍ୱରେ ଏକ କୋଟି ଲୋକ ଯକ୍ଷ୍ମାରେ ସଂକ୍ରମଣ ହୋଇଥିଲା ବେଳେ ଭାରତରେ ଏହାର ୨୭ ପ୍ରତିଶତ ଅର୍ଥାତ ୨୭ ଲକ୍ଷ ୯ ହଜାର ଲୋକ ଏହି ରୋଗରେ ପୀଡିତ ହୋଇଛନ୍ତି। ସେହିପରି ଏମଡିଆର ଯକ୍ଷ୍ମାରେ ଭାରତରେ ୧ଲକ୍ଷ ୪୭ହଜାରଟି ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଭାରତ ସରକାର ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ମୁଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ଲକ୍ଷ୍ୟରେ ୨୧୧ ଜଣ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଏମଡିଆର ଯକ୍ଷ୍ମାରେ ପ୍ରତି ଲକ୍ଷ୍ୟରେ ୧୧ ଜଣା ସଂକ୍ରମିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ପୁନମ କ୍ଷେତ୍ରପାଳ ସିଂହ କହିଛନ୍ତି, ୨୦୩୦ ସୁଦ୍ଧା ଯକ୍ଷ୍ମା ମୁଳୋତ୍ପାଟନ ପାଇଁ ୨୦୨୫ ସୁଦ୍ଧା ୧୫ ଲକ୍ଷ ଶିଶୁଙ୍କ ସମେତ ୧କୋଟି ୮ଲକ୍ଷ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା କରିବାକୁ ହେବ।

Leave A Reply