ଭାରତର ୯୭ଟି ପ୍ରକଳ୍ପ ପାଇଁ ସହାୟତା ପ୍ରଦାନ କରିବ ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ୍‍ ମାଲ୍‍ପାସ୍‍ କହିଛନ୍ତି ଏହି ବହୁମୁଖୀ ପାଣ୍ଠି ଯୋଗାଣକାରୀ ସଂସ୍ଥା ଭାରତରେ ଭିତ୍ତିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଗାଇ ଦେଉଥିବା ବାର୍ଷିକ ଛଅ ବିଲିୟନ୍‍ ଆମେରିକୀୟ ଡଲାର ସହାୟତା ଜାରି ରଖିବ। ସେ ଆହୁରି ମଧ୍ୟ କହିଛନ୍ତି ବିଶ୍ୱବ୍ୟାଙ୍କ ୨୪ ବିଲିୟନ୍‍ ଆମେରିକୀୟ ଡଲାର ବିନିମୟରେ ଭାରତରେ କାର୍ଯ୍ୟକାରୀ ହେଉଥିବା ୯୭ଟି ପ୍ରକଳ୍ପ ପାଇଁ ମଧ୍ୟ ସହାୟତା ପ୍ରଦାନ କରିବ। ସ୍ୱଚ୍ଛନ୍ଦରେ ବ୍ୟବସାୟ କରିବା ତାଲିକା ସଂପର୍କରେ ସୂଚନା ଦେଇ ମାଲପାସ କହିଛନ୍ତି ଭାରତ ଗତ ତିନିବର୍ଷ ମଧ୍ୟରେ ଏହି ତାଲିକାର ଶୀର୍ଷ ୧୦ଟି ସ୍ଥାନ ମଧ୍ୟରେ ରହିପାରିଛି ଏବଂ ଏହା ୧୪୦ତମ ସ୍ଥାନରୁ ୬୩ତମ ସ୍ଥାନକୁ ଆସିପାରିଛି।

ମାଲପାସ୍‍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ମାଲପାସ ଆର୍ଥିକ ଭିତ୍ତିଭୂମି, ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିବା, ଦେଶ ଦେଶ ମଧ୍ୟରେ ସଂପର୍କ ସ୍ଥାପନ ଓ ଲୋକସେବା କ୍ଷେତ୍ରରେ ସଂସ୍କାର ସଂପର୍କରେ ଆଲୋଚନା କରିଥିଲେ।

Comments are closed.