ଶୌଚାଳୟ ଟାଙ୍କି ସଫେଇ ବେଳେ ୪ ଶ୍ରମିକ ମୃତ

0

ମୁଜଫରପୁର: ବିହାରର ମୁଜଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚାଳୟ ଟାଙ୍କି ସଫେଇ ବେଳେ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ମଙ୍ଗଳବାର ସକାଳେ ପାନାପୁର ଥାନା ଅନ୍ତର୍ଗତ ମଧୁବନ କନ୍ତୀ ଗ୍ରାମରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୌଚାଳୟ ଟାଙ୍କିର ସଫେଇ କାର୍ଯ୍ୟ ପାଇଁ ପାଞ୍ଚ ଜଣ ଶ୍ରମିକ ଟାଙ୍କି ମଧ୍ୟକୁ ପଶିଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁଁ ସେମାନଙ୍କ ଅବସ୍ଥା ସଙ୍କଟପନ୍ନ ହୋଇଯାଇଥିଲା। ସମସ୍ତଙ୍କ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ମଧ୍ୟ ଜିଲା ଅଧିକାରୀ ନିର୍ଦେଶ ଦେଇଛନ୍ତି ।

Leave A Reply