କାଠ ବୋଝେଇ ପିକଅପ ଭ୍ୟାନ ଜବତ

ଗଞ୍ଜାମ : ଗଞ୍ଜାମ ଜିଲା ପୋଲସରା ଥାନା ବେଲଗାଁ ଅଞ୍ଚଳରେ ଗୁରୁବାର ବନ ବିଭାଗ ପକ୍ଷରୁ ବିଭିନ୍ନ ଗାଡ଼ିକୁ ଯାଞ୍ଚ ହେଉଥିବା ସମୟରେ କାଠ ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଜବତ ହୋଇଥିବା କାଠ ନିକଟସ୍ଥ ଜଙ୍ଗରୁ ବେଆଇନ ଭାବେ ଆସିଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ତେଣୁ ଚଢାଉ କରି କାଠକୁ ଜବତ କରିଥିବା ସୂଚନା ମିଳିଛି।

Comments are closed.