ଆନ୍ତର୍ଜାତିକ ମହିଳା ଦିବସ ୨୦୧୯; ଜାଣନ୍ତୁ ଦେଶର ୧୦ ସଶକ୍ତ ମହିଳାଙ୍କ କାହାଣୀ

0

ଆଜି ମାର୍ଚ୍ଚ ୮ ତାରିଖ, ଆନ୍ତର୍ଜାତିକ ମହିଳା ଦିବସ। ମହିଳାମାନଙ୍କ ସଫଳତାକୁ ମନେ ପକାଇ ଏହି ଦିନଟିକୁ ପାଳନ କରାଯାଏ । ଏହି ଅବସରରେ ଦେଶର ସେହି ସଶକ୍ତ ମହିଳା ଓ ତାଙ୍କ କାହାଣୀ ବିଷୟରେ ଆଲୋଚନା କରିବା, ଯେଉଁମାନେ ଅନେକ ଭେଦଭାବ ଓ ସଂଘର୍ଷ ମଧ୍ୟରେ ଗତି କରି ସଫଳାତାର ଶୀର୍ଷରେ ପହଞ୍ଚିପାରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

हरिभूमि

ସୁଷମା ସ୍ବରାଜ : ରାଜନୀତି କ୍ଷେତ୍ରର ପରିଚିତ ଚେହେରା ଓ ସଶକ୍ତ ମହିଳାଙ୍କ ମଧ୍ୟରୁ ସୁଷମା ସ୍ବରାଜ ହେଉଛନ୍ତି ଅନ୍ୟତମ । ସେ ଦେଶର ପ୍ରଥମ ମହିଳା ବୈଦେଶିକ ବ୍ୟାପାର ମନ୍ତ୍ରୀ । ସେ ନିଜର ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଦେଶରେ ବନ୍ଦୀ ହୋଇ ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ମଧ୍ୟ ଥିଲେ ।

हरिभूमि

ସୋନିଆ ଗାନ୍ଧୀ : ଅଭିଜ୍ଞ ରାଜିନୀତିଜ୍ଞ ଭାବରେ ସୋନିଆ ଗାନ୍ଧୀ ସାରା ବିଶ୍ବରେ ପରିଚିତ । ସେ ଭାରତର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ଥିଲେ । ସେ ୨୦୦୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଥିଲେ । ୧୯୯୮ ମସିହାରୁ ସେ କଂଗ୍ରେସକୁ ସୁଚାରୁ ରୁପେ ଚଳାଇ ଆସିଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପତ୍ନୀ ହେଉଛନ୍ତି ସୋନିଆ ଗାନ୍ଧୀ । ସେ ଇଟାଲୀର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କର ଶାନ୍ତ ବ୍ୟକ୍ତିତ୍ବ ଭାରତୀୟଙ୍କ ହୃହୟରେ ସମ୍ମାନ ସୃଷ୍ଟି କରିଛି ।

हरिभूमि

ମେରିକମ୍ : ଭାରତୀୟ ବକ୍ସିଂ ଖେଳର ଜଣାଶୁଣା ଚେହେରା ହେଉଛନ୍ତି ମେରିକମ୍ । ବକ୍ସିଂରେ ସେ ୫ ଥର ବିଶ୍ବ ଚାମ୍ପିୟନ ହୋଇଛନ୍ତି। ୨୦୧୨ ଅଲିମ୍ପିକ୍ସରେ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ମେରିକମ୍ । କଠିନ ପରିଶ୍ରମ ଓ ସଂଘର୍ଷ ବଳରେ ପୁରୁଷଙ୍କ ଖେଳ କୁହାଯାଉଥିବା ବକ୍ସିଂରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଅନ୍ୟ ମହିଳାଙ୍କ ପାଇଁ ମାର୍ଗଦର୍ଶନ ପାଲଟିଛନ୍ତି ।

हरिभूमि

ସାଇନା ନେହୱାଲ : ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ସାଇନା ନେହୱାଲ । ଏହା ବ୍ୟତୀତ ବିଶ୍ବ କନିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ ଏବଂ ସୁପର ସିରିଜ ଟୁର୍ଣ୍ଣାମେଣ୍ଟ ଜିତିଥିବା ପ୍ରଥମ ଭାରତୀୟ ମହିଳା ।

हरिभूमि

ଆଶା ଭୋଂସଲେ : ଆଶା ଭୋଂସଲେ ବଲିଉଡର ଅନ୍ୟତମ ସଫଳ ଗାୟିକା । ସେ କ୍ୟାରିୟର ଜୀବନରେ ୫ ହଜାରରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରିଛନ୍ତି । ରେଖା, କରିସ୍ମା, ଉର୍ମିଲା ମାତୋଣ୍ଡକର, ଆଲିଆ ଭଟ୍ଟ, ତବୁ ଏବଂ କାଜଲଙ୍କ ଭଳି ବରିଷ୍ଠ ଅଭିନେତ୍ରୀଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି ।

हरिभूमि

ଏକତା କାପୁର : ଭାରତୀୟ ଟେଲିଭିଜନ ଜଗତର ପ୍ରସିଦ୍ଧ ଓ ସଫଳ ମହିଳା ପ୍ରଯୋଜକ ହେଉଛନ୍ତି ଏକତା କାପୁର । ନିଜର ବାଲାଜୀ ଫିଲ୍ମସ ପ୍ରଡକ୍ସସନରେ ଅନେକ ସିରିୟଲ ଓ ଫିଲ୍ମ ନିର୍ମାଣ କରିଛନ୍ତି । ୨୦୧୨ରେ ସେ ଏସିଆର ସୋସିଆଲ ଏମପାୱାରମେଣ୍ଟ ଆୱାର୍ଡ-ଫ୍ରିଡମ ଥ୍ରୁ ଏଜୁକେଶନ ସମ୍ମାନରେ ସମ୍ମାନିତ ହୋଇଥିଲେ।

हरिभूमि

ଇନ୍ଦ୍ରା ନୁଇ : ଇନ୍ଦ୍ରା ନୁଇ କେବଳ ଭାରତୀୟ ମହିଳା ଉଦ୍ୟୋଗୀ ନୁହନ୍ତି, ବଂର ଆନ୍ତର୍ଜାତିକ ସ୍ତରରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦ୍ବିତୀୟ ବୃହତ୍ତମ ମୃଦୁ ପାନୀୟ କମ୍ପାନୀ ପେପ୍ସିକୋର ସେ ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ। ବର୍ତ୍ତମାନ ସେ ବିଶ୍ବର ସବୁଠାରୁ ଅନଲାଇନ ମାର୍କେଟିଂ ସଂସ୍ଥା ଆମାଜନର ବୋର୍ଡ ଅଫ ଡାଇରେକ୍ଟରରେ କାର୍ଯ୍ୟ କରୁଛନ୍ତି। ୨୦୧୪ ରେ ସେ ବିଶ୍ବର ସବୁଠାରୁ ସଫଳ ଓ ସଶକ୍ତ ମହିଳା ତାଲିକାର ୧୪ ତମ ସ୍ଥାନରେ ଥିଲେ।

हरिभूमि

ସୁନୀତା ୱିଲିୟମ୍ସ : ଭାରତର ଦ୍ବିତୀୟ ମହିଳା ମହାକାଶଚାରୀ ହେଉଛନ୍ତି ସୁନୀତା ୱିଲିୟମ୍ସ । କଳ୍ପନା ଚାୱଲାଙ୍କ ପରେ ୨୦୧୪ରେ ଆମେରିକାର ମହାକାଶ ଏଜେନ୍ସି ନାସାର ଅଭିଯାନ ଦଳ-୩୨ରେ ଫ୍ଲାଇଟ୍ ଇନଞ୍ଜିନିୟର ଏବଂ ଅଭିଯାନ ଦଳ-୩୩ରେ କମାଣ୍ଡର ଭାବେ ସେ ମହାକାଶ ଯାତ୍ରା କରିଥିଲେ । ୭ ଥର ମହାକାଶ ଯାତ୍ରା କରିଥିବା ସୁନୀତା ୱିଲିୟମ୍ସ ହେଉଛନ୍ତି ପ୍ରଥମ ମହିଳା । ମହାକାଶରେ ୧୯୪ ଦିନ, ୧୮ ଘଣ୍ଟା ରହି ସେ ବିଶ୍ବ ରେକର୍ଡ କରିଛନ୍ତି ।

हरिभूमि

ଶେହନାଜ ହୁସେନ : ଶେହନାଜ ହୁସେନ ହେଉଛନ୍ତି ଭାରତର ପ୍ରସିଦ୍ଧ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଓ ସଫଳ ମହିଳା ଉଦ୍ୟୋଗୀ । ଶେହନାଜ ହୁସେନ ଦୀର୍ଘ ଦିନ ଧରି ସଂଘର୍ଷ କରିବା ପରେ ହର୍ବାଲ ବ୍ୟୁଟି ପ୍ରଡକ୍ଟ ପ୍ରସ୍ତୁତ କରିଥିଲେ ଏବଂ ଏହାର ଉପକାର ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଏଥିପାଇଁ ସେ ବିଭିନ୍ନ ଦେଶରେ ସମ୍ମାନିତ ହୋଇଛନ୍ତି ।

हरिभूमि

ସୋନଲ ମାନସିଂହ : ଭାରତର ପ୍ରସିଦ୍ଧ ଓଡିଶୀ ନୃତ୍ୟଶୀଳ୍ପୀ ହେଉଛନ୍ତି ସୋନଲ ମାନସିଂହ । ଏହା ବ୍ୟତୀତ ସେ ଜଣେ ସମାଜିକ କର୍ମୀ ବିଚାରକ, ଗବେଷକ, ବକ୍ତା, କୋରିୟୋଗ୍ରାଫର ଓ ଶିକ୍ଷିକା । ଓଡିଶୀ ନୃତ୍ୟ ସହ ଭାରତନାଟ୍ୟମ ନୃତ୍ୟରେ ସେ ପାରଙ୍ଗମ ଥିଲେ । କଳା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସରକାରଙ୍କ ପକ୍ଷରୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ଅନ୍ୟାନ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଲେଖ୍ୟ- ବୈଜୟନ୍ତୀ ନାୟକ

Leave A Reply