ମହିଳା ଟ୍ରାଫିକ ପୁଲିସକୁ ଘୋଷାଡି ନେଲା ଅଟୋ

0

ମୁମ୍ବଇ : ମହାରାଷ୍ଟ୍ରର କଲ୍ୟାଣ ସହରରେ ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ମହିଳା ଟ୍ରାଫିକ୍‍ ପୁଲିସ ଅଟୋଚାଳକକୁ ଗାଡି କାଗଜପତ୍ର ମାଗିବା ଦ୍ୱାରା ଚାଳକ ଜଣକ ସ୍ଥାନ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ଟ୍ରାଫିକ୍‍ ପୁଲିସ୍‍ ଜଣକ ଅଟୋଚାଳକଙ୍କୁ ଧରିବାପାଇଁ ଅଟୋକୁ ଧରିପକାଇ ଥିଲେ। ଅଟୋଚାଳକ ସେହି ସମୟରେ ଦ୍ରୁତ ବେଗରେ ଅଟୋଚଳାଇବାରୁ ମହିଳା ଟ୍ରାଫିକ ପୁଲିସ ଜଣକ ଅଟୋ ଘୋଷାଡି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛିଦୂର ଅଟୋଟି ଯିବାଦ୍ୱାରା ସ୍ଥାନୀୟ ଲୋକମାନେ ଅଟୋଟିକୁ ନିଜ ଆୟତ୍ତ କରିନେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଟୋଚାଳକକୁ ଗିରଫ କରିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Leave A Reply