ହନୁମାନଙ୍କ ପୂଜା ବେଳେ ମହିଳାମାନେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ

ପ୍ରଭୁ ହନୁମାନ ସର୍ବଦା ନିଜ ଭକ୍ତଙ୍କୁ ସମସ୍ତ ନକରାତ୍ମକ ଶକ୍ତି ଏବଂ ଭୟରୁ ରକ୍ଷା କରିଥାଆନ୍ତି। ପୁରାଣ ଅନୁସାରେ ପ୍ରଭୁ ହନୁମାନ ଭଗବାନ ଶିବଙ୍କ ଅବତାର ବୋଲି ବିଶ୍ୱାସ ରହିଛି। ହନୁମାନ ବହୁତ ଦୟାଳୁ ତେଣୁ ହୃଦୟର ସହ ତାଙ୍କ ଆରାଧନା କଲେ ସେ ଭକ୍ତଙ୍କ ସମସ୍ତ ଯାତନା ଦୂର କରି ଥାଆନ୍ତି। ମାତ୍ର ପ୍ରଭୁ ହନୁମାନଙ୍କ ପୂଜା କରିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ପ୍ରଭୁ କ୍ରୋଧିତ ହୋଇଥାଆନ୍ତି। ଭଗବାନ ହନୁମାନ ବାଳ ବ୍ରହ୍ମଚାରୀ ଥିଲେ, ତେଣୁ ଖାସ୍ କରି ମହିଳାମାନେ ହନୁମାନଙ୍କୁ ପୂଜା କରିବା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍। ତେବେ ଚାଲନ୍ତୁ ଜାଣିବା ହନୁମାନଙ୍କ ପୂଜା କଲା ବେଳେ ମହିଳାମାନେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ –

-ମହିଳାମାନେ ହନୁମାନଙ୍କୁ ସିନ୍ଦୁର ଲଗାଇବେ ନାହିଁ।
-ହନୁମାନଙ୍କୁ ମହିଳାମାନେ ପଇତା ପିନ୍ଧାଇବେ ନାହିଁ।
-ପୂଜା କଲାବେଳେ ହନୁମାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ।
-ବଜରଙ୍ଗ ବାଣ ପାଠ କରିବେ ନାହିଁ।
-ହନୁମାନ ଜୟନ୍ତୀ ଦିନ ମହିଳାମାନେ ହନୁମାନଙ୍କ ଚରଣରେ ଦୀପ ଜଳାଇ ପୂଜା କରିପାରିବେ।
-ମହିଳା ହୁଅନ୍ତୁ ଅବା ପୁରୁଷ, ଯଦି ହନୁମାନଙ୍କ ବ୍ରତ ପାଳନ କରୁଛନ୍ତି ତେବେ ହନୁମାନ ଜୟନ୍ତୀରେ ଲୁଣ ସେବନ କରିବା ଅନୁଚିତ।

Comments are closed.