ମହିଳାଙ୍କୁ ହତ୍ୟା; ମୁଣ୍ଡ-ଗଣ୍ଡି ଅଲଗା ପଡ଼ିଥିବା ମୃତଦେହ ଜବତ

0

କରଞ୍ଜିଆ : ମୟୂରଭଞ୍ଜ ଜିଲା କରଞ୍ଜିଆ ପାଟୁଳିଡିହି ଗ୍ରାମରେ ଶନିବାର ଏକ ଆଭାବନୀୟ ଘଟଣା ଘଟିଛି । ଜଣେ ବିଧବା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଗ୍ରାମରେ ଜଣେ  ମହିଳାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହରେ ମୁଣ୍ଡଠାରୁ ଗଣ୍ଡି ଅଲଗା ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଞ୍ଚି ଖଣ୍ଡ ବିଖଣ୍ଡିତ ମୃତ ଦେହକୁ ଜବତ କରିଛି । ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କୁ କେହି ହତ୍ୟାକରି ଫିଙ୍ଗୀ ଦେଇଥିବା ସନ୍ଦେହ କରାଯାଉଛି ।

Leave A Reply