ଏସପିଙ୍କ ସମ୍ମୁଖରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0

ନୂଆପଡା : ନୂଆପଡା ଏସପିଙ୍କ ନିକଟରେ ମଙ୍ଗଳବାର ଦିନ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥବା ମହିଳା ମାଓବାଦୀ ଜଣକ ହେଉଛନ୍ତି ଡାଲମତି ପହଁରିଆ। ମାଓ ସଙ୍ଗଠନ ମଧ୍ୟରେ ଛତିଶଗଡ ଓ ତେଲେଙ୍ଗା ମାଓବାଦୀଙ୍କ ତୁଳନାରେ ଓଡିଆ ମାଓବାଦୀଙ୍କୁ ହୀନ ଦୃଷ୍ଟିରେ ଦେଖାଯାଉଥିବା ଓ ତାଙ୍କୁ ଜବରଦସ୍ତ ମାଓ ସଙ୍ଗଠନରେ ସାମିଲ କରାଯାଇଥିବା ସେ କହିଛନ୍ତି। ସେଥିପାଇଁ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ମହିଳା ମାଓବାଦୀ ଡାଲମତି ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବାକୁ ପହଞ୍ଚି ଥିଲେ। ପୂର୍ବରୁ ଓଡିଶା ସରକାର ତାଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେ ମେନପୁର-ନୂଆପଡା ମାଓବାଦୀ ଡିଭିଜନରେ ଜଣେ କ୍ୟାର୍ଡର ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ। ସରକାରୀ ନିୟମ ଅନୁଯାୟୀ ଡାଲମତିଙ୍କୁ ଥଇଥାନ କରାଯିବ ବୋଲି ନୂଆପଡା ଏସପି ସୂଚନା ଦେଇଛନ୍ତି।

Leave A Reply