ଏଭଳି ପୁରୁଷଙ୍କ ଜୀବନରେ ଥାନ୍ତି ଅନେକ ମହିଳା

0

ନୂଆଦିଲ୍ଲୀ : ହସ୍ତରେଖା ଜ୍ୟୋତିଷ ବିଦ୍ୟା ଦ୍ୱାରା ଲୋକଙ୍କ ପାପୁଲି ଦେଖି ଭବିଷ୍ୟ ସମ୍ପର୍କର ଜାଣିହୁଏ। ପାପୁଲିରେ ଥିବା ଭିନ୍ନ ଭିନ୍ନ ରେଖା ଜୀବନ ସହ ସମ୍ପର୍କିତ ବିଭିନ୍ନ ରହସ୍ୟକୁ ବ୍ୟକ୍ତ କରିଥାନ୍ତି। ବିବାହ ରେଖାରୁ ପାରିବାରିକ ଜୀବନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିହୁଏ। ଆସନ୍ତୁ ଜାଣିବା ଏହା ସହ ଜଡିତ କିଛି ରୋଚକ ତଥ୍ୟ।

୧- ହସ୍ତରେଖାର ବୁଧ କ୍ଷେତ୍ର ନିକଟରେ ବିବାହ ରେଖା ସହ ଦୁଇ କିମ୍ବା ତିନୋଟି ରେଖା ଥିବା ପୁରୁଷଙ୍କ ଜୀବନରେ ଜୀବନସାଥୀ ସମେତ ଅନ୍ୟ ନାରୀଙ୍କ ସ୍ଥାନ ରହିଥାଏ। (କାଣି ଆଙ୍ଗୁଠି ଅର୍ଥାତ ହାତର ସବୁଠୁ ଛୋଟ ଆଙ୍ଗୁଠି ତଳ ଭାଗ ପାପୁଲିକୁ ବୁଧ କ୍ଷେତ୍ର ବା ବୁଧ ପର୍ବତ ବୋଲି କୁହାଯାଏ)।

୨- ଶୁକ୍ର ପର୍ବତ କ୍ଷେତ୍ରରେ ଅଙ୍କାବଙ୍କା ରେଖା ସଂଖ୍ୟା ମାତ୍ରାଧିକ ଥିବା ପୁରୁଷ ଏବଂ ମହିଳାଙ୍କ ଜୀବନରେ ଅନେକ ମହିଳା ଏବଂ ପରୁଷ ଆସିଥାନ୍ତି। ହେଲେ ତାଙ୍କ ଜୀବନରେ ମାତ୍ର ଜଣେ ମହିଳା କିମ୍ବା ପୁରୁଷ ଅଧିକ ଗୁରୁତ୍ୱ ବହନ କରିଥାନ୍ତି। (ବୁଢା ଆଙ୍କୁଠି ତଳ ଭାଗ ଓ ନିକଟ ପାପୁଲି ଅଂଶକୁ ଶୁକ୍ର କ୍ଷେତ୍ର ବା ଶୁକ୍ର ପର୍ବତ କୁହାଯାଏ)।

୩- ଯଦି ପ୍ରାରମ୍ଭରେ ଗୋଟିଏ ବିବାହ ରେଖା ଥାଏ ଓ ଆଗକୁ ବଢି ଏହା ଦୁଇରୁ ଅଧିକ ରେଖାରେ ବିଭକ୍ତ ହୋଇଥାଏ ତେବେ ସେଭଳି ପୁରୁଷ ଏବଂ ମହିଳାଙ୍କ ଜୀବନରେ ଏକ ସଙ୍ଗେ ଅନେକ ମହିଳା ଓ ପୁରୁଷଙ୍କ ସମ୍ପର୍କ ରହିଥାଏ। (କାଣି ଆଙ୍ଗୁଠି ତଳେ ହୃଦୟ ରେଖା ଉପର ଥିବା ବୁଧ ପର୍ବତ ବାହାରୁ ଭିତରୁ ଆସିଥିବା ରେଖାକୁ ବିବାହ ରେଖା ବୋଲି କୁହାଯାଏ)। ବିବାହ ରେଖା ଏକ କିମ୍ବା ଅନେକ ହୋଇଥାଇପାରେ।

ଉପରୋକ୍ତ ତଥ୍ୟ ସମ୍ପୂର୍ଣ୍ଣ ରୂପେ ସଠିକ୍‍ ବୋଲି ଆମେ ଦାବି କରୁନାହୁଁ। ତେଣୁ ବିଶେଷଜ୍ଞ କିମ୍ବା ହସ୍ତରେଖା ବିଶେଷଜ୍ଞଙ୍କ ଦ୍ୱାରା ପରାମର୍ଶ ନେଇ ସତ୍ୟତା କ’ଣ ଜାଣନ୍ତୁ। ହସ୍ତରେଖା ଜ୍ୟୋତିଷର ଏହି ତଥ୍ୟ କେତେକ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଥିବାରୁ ଏହି ତଥ୍ୟ ଉପସ୍ଥାପନ କରାଗଲା।

Leave A Reply