ଦିଲ୍ଲୀରେ ଆରମ୍ଭ ହେଲା ମହିଳାମାଙ୍କ ପାଇଁ​‌ ମାଗଣା ବସ୍ ଯାତ୍ରା ବ୍ୟବସ୍ଥା

ପୂଆଦିଲ୍ଲୀ : ଦିଲ୍ଲୀରେ ମଙ୍ଗଳବାରଠାରୁ ମହିଳାମାଙ୍କ ପାଇଁ​‌ ସାଧାରଣ ବସରେ ମାଗଣା ଯାତ୍ରା ସୁବିଧା ଆରମ୍ଭ ହୋଇଛି । ପୂର୍ବ ଯୋଜନା ଅନୁଯାୟୀ ମାଗଣା ବସ୍‍ ଯାତ୍ରା ନିମନ୍ତେ କଣ୍ଡକ୍ଟରମାନେ ମହିଳା ଯାତ୍ରୀମାନଙ୍କୁ ୧୦ଟଙ୍କା ମୂଲ୍ୟର ଗୋଲାପୀ ରଙ୍ଗର ଟିକେଟ୍‍  ପ୍ରଦାନ କରିବେ । ପରେ ସରକାର ପରିବହନକାରୀମାନଙ୍କୁ ସେମାନେ ପ୍ରଦାନ କରିଥିବା ଏହି ଟିକେଟର ମୂଲ୍ୟ ଦେବେ।

୩,୭୦୦ ଡିଟିସି ବସ୍ ଏବଂ ୧,୮୦୦ ବସକୁ ଯୋଜନାରେ ସାମିଲ କରାଯାଇଛି। ଯାହାକୁ ଦିଲ୍ଲୀ ସମନ୍ବିତ ମଲ୍ଟି ମଡେଲ ଟ୍ରାନଜିଟ ବା (ଡିଆଇଏମଟିଏସ) ବ୍ୟବସ୍ଥା କୁହାଯାଉଛି।

ବସ୍‍ଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ମାର୍ଶାଲ ବ୍ୟବସ୍ଥା ଡିଟିସି ଓ କ୍ଲଷ୍ଟର ବସ୍‍ଗୁଡ଼ିକ ପାଇଁ ବୃଦ୍ଧି
କରାଯାଇଛି । ୩ ହଜାର ୪୦୦ ବସ୍‍ ମାର୍ଶାଲଙ୍କୁ ବର୍ତ୍ତମାନ ନିଯୁକ୍ତି ଦିଆଯାଇଛି ଏବଂ ଏହି ସଂଖ୍ୟା ୧୩ ହଜାରକୁ ବୃଦ୍ଧି କରାଯିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।

 

Comments are closed.