ମହିଳା ଡ୍ରଗ୍ସ ଡିଲର ଗିରଫ

0

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୁଲିସ ଦ୍ୱାରା ଜଣେ ମହିଳା ଡ୍ରଗ୍ସ ଡିଲର ଗିରଫ ହୋଇଛି। ଗିରଫ ହୋଇଥିବା ମହିଳା ଜଣଙ୍କ ନାମ ନରିସା ଖାତୁନ(୪୬)। ମହିଳାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେଠାରୁ ପ୍ରାୟ ୨୧.୯୧ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ଏହା ସହ ମହିଳାଙ୍କ ନିକଟରୁ ନଗଦ ୧ଲକ୍ଷ ୬୬ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଛି।

Leave A Reply