ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

0

ବଡ଼ସାହି : ପ୍ରତାପପୁର ପଞ୍ଚାୟତ, ଯମୁନା ବନ୍ଧସାହି ଗ୍ରାମର ଭୀମ ସିଂଙ୍କ ପତ୍ନୀ ବାସନ୍ତୀ(୩୫)ଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ବାସନ୍ତୀ ଘରେ ଏକୁଟିଆ ଥିବା ବେଳେ ସ୍ୱାମୀ ଭୀମ ନିକଟସ୍ଥ ବଜାରକୁ ସଉଦା କରିବାକୁ ଯାଇଥିଲେ। ଘରକୁ ଫେରିବା ପରେ ଘର ଭିତରେ ବାସନ୍ତୀ ଏକ ପ୍ଳାଷ୍ଟିକ ଦୌଡି ସାହାଯ୍ୟରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ଆତ୍ମହତ୍ୟା ସନ୍ଦେହ କରାଯାଇଥିବା ବେଳେ କାରଣ ଜଣାପଡ଼ିନାହିଁ।

Leave A Reply